ବଉଳା ଡିଗ୍ରୀ ମହାବିଦ୍ୟାଳୟରେ ହେବ ପ୍ରଥମ ଥର ନିର୍ବାଚନ

ହାଟଡିହି, (ଓ୍ବାଇଏନଏସ):  ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାବେଳେ କେନ୍ଦୁଝର ଜିଲା ହାଟଡିହି ବ୍ଲକ ସୋସୋ ସ୍ଥିତ ବଉଳା +୩ ଡିଗ୍ରୀ ମହାବିଦ୍ୟାଳୟରେ ପ୍ରଥମ ଥର ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ଏନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଥ‌ିବା ବେଳେ କଲେଜ ନିର୍ବାଚନ ପାଇଁ କଲେଜ କର୍ତ୍ତୃପକ୍ଷ ତତ୍ପର ହୋଇ ଉଠିଛନ୍ତି । ମହା ବିଦ୍ୟାଳୟରେ ୧୯୦ରୁ ଅଧୂକ ଛାତ୍ରଛାତ୍ରୀ ନିର୍ବାଚନରେ ଭାଗ ନେବେ। ପ୍ରଥମ ଥର ପାଇଁ ନିର୍ବାଚନ ହେଉଥ‌ିବାରୁ ସହମତିରେ ନିର୍ବାଚନ କରାଯିବାକୁ ପ୍ରୟାସ କରାଯାଉଛି। ଆସନ୍ତା କାଲି  ମନୋନୟନ ପତ୍ର ଦଖଲ କରାଯିବ। ନିର୍ବାଚନ ହେବା ଫଳରେ ଏହି କଲେଜର ବିଭିନ୍ନ ସମସ୍ୟା ସମ୍ପର୍କରେ ଛାତ୍ର ନେତାଙ୍କ ଦ୍ବାରା କଲେଜ ଅଧ୍ୟକ୍ଷ ଓ ବିଭାଗ ପ୍ରଶାସନର ଦୃଷ୍ଟି ଆକର୍ଷଣ ହୋଇ ପାରିବ ବୋଲି ଛାତ୍ରଛାତ୍ରୀ କହିଥିଲେ। ଏ ସମ୍ପର୍କରେ କଲେଜର ଅଧ୍ଯକ୍ଷା ଅନୁପମା ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ  ନିର୍ଦ୍ଦେଶ ଆସିଛି। ଏହା ଏହି କଲେଜର ପ୍ରଥମ ନିର୍ବାଚନ ହୋଇଥ‌ିବାରୁ ଏହାକୁ ସତର୍କତା ସହିତ କରାଯିବା ସହିତ ଏ ସମ୍ପର୍କରେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ନେଇ ଆଲୋଚନା କରାଯିବା ସହିତ  ନିର୍ବାଚନ ସମ୍ପର୍କିତ ବିଭିନ୍ନ କମିଟି ଗଠନ କରାଯାଇଛି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ। ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରାଯାଇ ସେମାନଙ୍କ ମତାମତ ଲୋଡ଼ାଯିବା ପରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଇଲେକ୍ସନ ନହୋଇ ସିଲେକ୍ସନ ହେଲେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ