ବିଦ୍ୟୁତ ଚୋରି ଧରିବା ବେଳେ ଏନଫୋର୍ସମେଣ୍ଟ ଟିମ କର୍ମଚାରୀଙ୍କୁ ମାଡ଼ ଅଭିଯୋଗ

ବନ୍ତ, (ଚାନ୍ଦିନୀ ମହାନ୍ତି ) : ଭଦ୍ରକ ଜିଲା ବନ୍ତ ଥାନା ଅଧିନ ଚଣ୍ଡୀପୁର ଗ୍ରାମରେ ଶୁକ୍ରବାର ବିଦ୍ୟୁତ ଚୋରି ଧରିବା ବେଳେ ଏନଫୋର୍ସମେଣ୍ଟ ଟିମ କର୍ମଚାରୀଙ୍କୁ ଗାଳି ଗୁଲଜ ସହ ମାଡ଼ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି l ସୂଚନା ଅନୁଯାୟୀ ଶୁକ୍ରବାର ଭଦ୍ରକ ସ୍ଵତନ୍ତ୍ର ଏନଫୋର୍ସମେଣ୍ଟ ଟିମ ଚଣ୍ଡୀପୁର ଗ୍ରାମରେ ଜନୈକ ବ୍ୟକ୍ତି ବିଦ୍ୟୁତ ଚୋରି କରୁଥିବା ନେଇ ଖବର ପାଇ ଚଢାଉ କରିଥିଲା l ଚଢାଉ ବେଳେ ଜନୈକ ବ୍ୟକ୍ତି ଜଣକ ଏନଫୋର୍ସମେଣ୍ଟ ଟିମର ଜଣେ କର୍ମଚାରୀଙ୍କୁ ଗାଳି ଗୁଲଜ କରିବା ସହ ମାଡ ମାରିଥିଲେ l ଏସମ୍ପର୍କରେ କର୍ମଚାରୀ ଜଣକ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ l ଭଦ୍ରକ ସର୍କଲର ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଦୀପକ କୁମାର ମହାନ୍ତି ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ ନଂ -୧୯୬/୨୬ ମୂଳେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ