ଅତର ବ୍ୟବସାୟୀଙ୍କୁ ଠକେଇ: ନକଲି ଦେଇ ଠକିଦେଲେ ୧ କୋଟି ୭୧ ଲକ୍ଷର ଅତର
ଛତ୍ରପୁର,(ଓ୍ବାଇଏନଏସ): ଅତି ଚତୁରତା ସହ ବ୍ଲୁ ପ୍ରିଂଟ କରି ଫିଲ୍ମ ଷ୍ଟାଇଲରେ ହୋଇଛି କିଆ ଅତର ଠକେଇ । ଲକ୍ଷ କି ଦୁଇ ଲକ୍ଷ ନୁହେଁ ଏକାଥରକେ ପାଖାପାଖି ଦୁଇ କୋଟି ଟଙ୍କାର ଅତର ଠକେଇ ହୋଇଛି । ଏହି ଠକେଇର ଶିକାର ହୋଇଛନ୍ତି ଚମାଖଣ୍ଡି ଥାନା ଅଧିନ ବଡ଼ପୁଟି ଗ୍ରାମର ଜି.ସୁନିଲ । ଅସଲି ଅତର ନେଇ ନକଲି ଅତର ଦେଇଥିଲେ । ପରେ ସେ ଠକେଇ ର ଶିକାର ହୋଇଥିବା ଜାଣିବା ପରେ ଚଳିତ ମାସ ୯ ତାରିଖରେ ଚମାଖଣ୍ଡି ଥାନାରେ ଏତଲା ଦେଇଥିଲେ । ଘଟଣାଟି ଭୁବନେଶ୍ୱର ବରଗଡ ଅଚଂଳରେ ଘଟିଥିବାରୁ ଚମାଖଣ୍ଡି ପୁଲିସ ଜିରୋ ଏତାଲା କରି ସେଠାକୁ ପଠାଇଥିଲେ । ପରେ ବ୍ୟବସାୟୀ ଜଣକ ବରଗଡ ଥାନାକୁ ଯାଇ ଘଟଣା ସଂପର୍କରେ ଅବଗତ କରାଇଥିଲେ । ଏବେ ତଦନ୍ତ ଜାରି ରହିଛି । ସୂଚନା ଥାଉକି ବଡପୁଟି ଗ୍ରାମର ଜି.କର୍ଲେୟାଙ୍କ ପୁଅ ଜି.ସୁନିଲ କିଆଫୁଳ ଭାଟି ରହିଛି । ବିଭିନ୍ନ ଅଚଂଳରୁ କିଆ ଫୁଲ ଚାଷୀମାନେ ତାଙ୍କୁ ଫୁଲ ଦେଇଥାନ୍ତି ଏବଂ ସେ ଏହି ଫୁଲର ଅତର ବାହାର କରିଥାନ୍ତି । ୨୦୨୫/୨୬ ବର୍ଷରେ ସୁନିଲ ୨୪ କେଜି ୫ଶହ ଗ୍ରାମ ଅତର ବାହାର କରିଥିଲେ । ଯାହାର ବଜାରର ମୂଲ୍ୟ ୧ କୋଟି ୭୧ ଲକ୍ଷ ୫୦ ହଜାର ଟଙ୍କା ହେବ । ସେ ରଖିଥିବା ଅତରକୁ କିଣିବା ପାଇଁ ଆଲୋକ ଅବସ୍ଥି ବୋଲି ଜଣେ ବ୍ୟବସାୟୀ ଗ୍ରାମକୁ ଆସିଥିଲେ । ସମସ୍ତ ମାଲ ଓଜନ କରିବା ପରେ ସିଲ କରିଥିଲା । ତାର ତିନି ଦିନ ପରେ ଅନ୍ୟ ଜଣେ ବ୍ୟକ୍ତି ନିଜକୁ ଅତର ବ୍ୟବସାୟୀ କହି ଫୋନ କରିଥିଲା । ଅତରର ଟେଷ୍ଟ ରିର୍ପୋଟ ପଠାଇବାକୁ କହିଲା ଏବଂ ସୁନିଲ ରାଜି ହୋଇ ପଠାଇଥିଲା । ପରେ ୧୮ ମେ କଟକ-ପୁରୀ ରୋଡ ସାଇ ମନ୍ଦିର ଛକ ବରଗଡ ନିକଟସ୍ଥ ଭୂମିକା କନଭେସନ ହୋଟେଲକୁ ମାଲ ନେଇ ଆସିବାକୁ କହିଥିଲା । ଦୁଇ ଜଣ ବ୍ୟକ୍ତିଙ୍କ ସହ ସେଠାରେ ପହଂଚିଥିଲେ ସୁନିଲ । ସେଠାରେ ଥିବା ବ୍ୟକ୍ତି ଜଣକ ଏକ ଆଲମିରାରୁ ୧୦ କେଜି କେନ ୨ଟି ଓ ୫ କେଜି କେନ ଗୋଟେ ଆଣି ମୁଁ ନେଇଥିବା ଅତରକୁ ଢାଲିବା ପାଇଁ କହିଥିଲା । ଉକ୍ତ ରୁମରେ ଉକ୍ତ ବ୍ୟକ୍ତି ସହ ଅନ୍ୟ ୪ଜଣ ମଧ୍ୟ ଉପସ୍ଥିତ ଥିଲେ । ପରେ ତାର ଲୋକ ଜରିଆରେ ଗୋଟେ କୋଣକୁ ନେଇ ଅତର ସିଲ କରିଥିଲା । ପରେ ସେ ତୁମ ଅତର ନେଇଯାଅ ମୁଁ କିଛି ଦିନ ମଧ୍ୟରେ ପୁଣି ଡାକିବି ଏବଂ କିଣିବି କହିଥିଲା । ପରେ ସିଲ ଥିବା ତିନୋଟି କେନକୁ ଧରି ଗ୍ରାମକୁ ଫେରିଥିଲି । ଘଟଣା ଘଟିବାର ଦୁଇ ଦିନ ପରେ ପ୍ରଥମ ବ୍ୟବସାୟୀ ଆଲୋକ ଅବସ୍ଥା ଆସି ଅତର ଦେବାପାଇଁ କହିଲା । ମୁଁ ୧ ଲକ୍ଷ ଅଧିକ ଯୋଗୁଁ ଅନ୍ୟ ଜଣକୁ ବିକ୍ରି କରିଦେଇଛି ବୋଲି କହିବାରୁ ମୋ ସହ ଝଗଡା ସହ ଆମ ସଂଘକୁ କହିଥିଲା । ଶେଷରେ ବାଧ୍ୟ ହୋଇ ରାଜି ହେବା ସହ ସିଲ ଥିବା ଅତରକୁ ଆଲୋକ ଅବସ୍ଥା ସିଲ କାଟି ଟେଷ୍ଟ କରିବା ପରେ ତାହା ଅତର ନୁହେଁ ଖାଲି କ୍ରେମିକାଲ ଅଛି ବୋଲି କହିଥିଲା । ପରେ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ବହୁ ଚାଷୀ ତାଙ୍କୁ ଫୁଲ ଦେଇ ଏବେ ଟଙ୍କା ପାଇଁ ଜଗି ରହିଥିବା ବେଳେ ଚିନ୍ତାରେ ସୁନିଲ । ଏବେ ତାଙ୍କ ଭାଟି ବନ୍ଦ ହୋଇ ରହିଛି । ଯେଉଁ ନମ୍ବରରୁ ଫୋନ ଆସିଥିଲା ତାହା ଏବେ ଲାଗୁନାହିଁ ବୋଲି ସୁନିଲ କହିଛନ୍ତି । ତେବେ ଏହି ଘଟଣାଟି ସତ୍ୟତା ରହିଛି କି ନା ସେ ଚାଷୀଙ୍କୁ ଟଙ୍କା ନଦେବା ପାଇଁ ଏକ କାହାଣି କହୁଛନ୍ତି ତାହା ତଦନ୍ତ ସାପେକ୍ଷ । ଘଟଣା ଘଟିବାର ୧୯ ଦିନ ପରେ ଥାନାରେ ଜଣାଇଲେ କାହିଁକି । ବରଗଡ ଥାନକୁ ଥରେ ମାତ୍ର ଯାଇ ଚୁପ ବସିଛନ୍ତି ସୁନିଲ । ଏନେଇ ସୁନିଲକୁ ପଚାରିବାରେ ସେ ଦୁଇ ଦିନ ମଧ୍ୟରେ ପୁଣି ଥାନାକୁ ପୁଣି ଯିବି, ଯେଉଁ ଚାଷୀଙ୍କ ଟଙ୍କା ବାକି ରହିଛି ସେ ଜମି ବିକ୍ରି କରି ଫେରସ୍ତ କରିବି ଏବଂ ଘଟଣା ସମ୍ପର୍କରେ ସଂଘକୁ ମଧ୍ୟ ଅବଗତ କରିଛି ବୋଲି କହିଥିଲେ । ଘଟଣା ୧୮ ମେ ରେ ଘଟିଥିବାରୁ ଉକ୍ତ ହୋଟେଲର ସିସି ଟିଭି ଯାଂଚ ସହ ଯେଉଁ ନମ୍ବର ରେ ଫୋନ ଆସିଥିଲା ପୁଲିସ ତଦନ୍ତ କରିଲେ ସତ୍ୟାତା ଆଗକୁ ଆସିବ ।


