+୨, +୩ ଓ ପିଜି ଶ୍ରେଣୀର ନବାଗତଙ୍କ ପାଇଁ ’ପ୍ରବେଶ ଉତ୍ସବ ୨୦୨୫ର’

ପୋଲସରା, ୨୪/୦୭/୨୫ : ପୋଲସରା ବିଜ୍ଞାନ ମହାବଦ୍ୟାଳୟର ପରିସରରେ ୨୪/୦୭/୨୫ ତାରିଖ ଦିନ +୨, +୩ ଏବଂ ପି. ଜି ଶ୍ରେଣୀର ନବାଗତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ “ପ୍ରବେଶ ଉତ୍ସବ ୨୦୨୫” ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କଲେଜର ପ୍ରିନ୍ସପାଲ ଡକ୍ଟର ଦିଲ୍ଲୀପ କୁମାର ନାୟକ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀମାନଙ୍କୁ ଶ୍ରୁଙ୍ଖଳିତ ହେବା ପାଇଁ ଉପଦେଶ ପ୍ରଦାନ କରିଥିଲେ। କଲେଜରେ ଛାତ୍ରଛାତ୍ରୀମାନେ କିପରି ସମସ୍ତ ସୁବିଧା ସୁଯୋଗ ସହଜରେ ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ସମସ୍ତ ଅଧ୍ୟାପିକା/ଅଧ୍ୟାପକ ଓ କର୍ମଚାରୀବୃନ୍ଦଙ୍କୁ ପରାମର୍ଶ ଦେଇଥିଲେ। କଲେଜର ଉଭୟ +୨ ଏବଂ+୩ କଳା ଓ ବିଜ୍ଞାନ ଶ୍ରେଣୀର ପ୍ରଶାସନିକ ଅଧିକାରୀ ଡ଼କ୍ଟର ବିରଞ୍ଚି ନାରାୟଣ ରଥ ଏବଂ ରୁଦ୍ର ପ୍ରସାଦ ଗୌଡ଼ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କଲେଜରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ +୨ ଶ୍ରେଣୀର ଶୈକ୍ଷିକ ଅଧିକାରୀ ହରିଶ୍ଚନ୍ଦ୍ର ପାଇକ ଏବଂ+୩ ଶ୍ରେଣୀର ଅଧିକାରିଣୀ ଡକ୍ଟର ରୋଜିତା ମିଶ୍ର ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଭାରପ୍ରାପ୍ତ ଅଧିକାରୀ ଡ଼କ୍ଟର  ମନୋଜ କୁମାର ସାହୁ, ଲେପ୍ଟନାଣ୍ଟ ବିନତା  କୁମାରୀ ଦାଶ, ସେକ ଫରିଦ୍, ଅନୀଲ କୁମାର ଦାଶ, ପ୍ରକାଶ ଚନ୍ଦ୍ର ସାହୁ, ଖେଳ ଶିକ୍ଷକ ଦୀପକ କୁମାର ସ୍ବାଇଁ, ଲାଇବ୍ରେରୀଆନ୍ ପବିତ୍ର ମୋହନ ବାରିକ, ଅମିତ୍ କୁମାର ସାହୁ, ସୋନାଲି ସାହୁ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଭାଗର କାର୍ଯ୍ୟକାରିତା ତଥା ଉପଯୋଗିତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ବିବରଣୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଥିଲେ। ଉକ୍ତ ପ୍ରବେଶ ଉତ୍ସବରେ ହରିଶ୍ଚନ୍ଦ୍ର ପାଇକ ମନ୍ତ୍ର ପାଠ କରିଥଲେ। ଧନ୍ୟବାଦ ପ୍ରଦାନ କରିଥିଲେ ଅନୀଲ କୁମାର ଦାଶ। ମଞ୍ଚ ପରିଚାଳନା କରିଥିଲେ ପ୍ରକାଶ ଚନ୍ଦ୍ର ସାହୁ। ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପିକା/ଅଧ୍ୟାପକ ଓ +୨, +୩ ଏବଂ ପି.ଜି ଶ୍ରେଣୀର ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ