ନୂତନ ଏବିଡ଼ିଓଙ୍କ ଯୋଗଦାନ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକରେ ଦୀର୍ଘବର୍ଷ ପରେ ଏ.ବି.ଡ଼ି.ଓ ପଦବୀ ପୂରଣ ହୋଇଛି। ୧୨ବର୍ଷ ପୂର୍ବରୁ ମନୋରଞ୍ଜନ ନନ୍ଦ ଏଠାରେ ଏବିଦିଓ ଥିବା ବେଳେ ତାଙ୍କ ବଦଳି ପରେ ଏହି ପଦବୀ ଖାଲି ପଡିଥିଲା। ଆଜି ରସ୍ମିରେଖା ନାଇକ ଏଠାରେ ଏ.ବି.ଡ଼ି.ଓ ଭାବେ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ କଟକ ଆଠଗଡ଼ ରେ ପଞ୍ଚାୟତ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ସେଠାରୁ ଏବିଡ଼ିଓ ଭାବେ ପଦୋନ୍ନତୀ ପାଇ ଏଠାରେ ଯୋଗଦେଇଛନ୍ତି। ତାଙ୍କ ଯୋଗଦାନ ପରେ ବ୍ଲକର ବିଭିନ୍ନ କାର୍ଯ୍ୟ ସୁଚାରୁ ରୁପେ ସମ୍ପନ୍ନ ହୋଇପାରିବ ବୋଲି ଆଶା କରାଯାଉଛି।


