ଚୋରି ଅଭିଯୋଗରେ ଥାନାରେ ଏତଲା
ଦିଗପହଣ୍ଡି(ଅଳକ ନାଥ ମିଶ୍ର) ଦିଗପହଣ୍ଡି ସହର ଗୁଡ଼ିଆଗଳି ବାସିନ୍ଦା ସୁଦର୍ଶନ ସାହୁ ଙ୍କ ଘର ବାରିପଟ କବାଟ ଭାଙ୍ଗି ଦୁର୍ବୃତ୍ତ ମାନେ ପ୍ରାୟ ୪୦ ହଜାର ଟଙ୍କା ଏବଂ ବହୁ ପରିମାଣର ସୁନାଗହଣା ଚୋରି କରିଥିବା ଅଭିଯୋଗ ହୋଇଛି। ସୁଦର୍ଶନ ପରିବାର ସହ ସମ୍ପର୍କୀୟ ଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିବା ବେଳେ ବୁଧବାର ରାତିରେ ଦୁର୍ବୃତ୍ତ ମାନେ ଘରେ ପଶି ଚୋରି କରିଥିବା ଜଣାପଡିଛି।ଗୁରୁବାର ସୁଦର୍ଶନ ଘରେ ପହଞ୍ଚିବା ପରେ ଘରୁ ଚୋରି ହେଉଥିବା ଜାଣିଥିଲେ।ଏନେଇ ଉଜ୍ଜଳ ସାହୁ ଦିଗପହଣ୍ଡି ଥାନାରେ ଏତଲା ଦେଇଥିବା ଜଣାପଡିଛି।ରାତିରେ ପୋଲିସ ପାଟ୍ରୋଲିଂ କଡାକଡି କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।