ଅବକାରୀ ବିଭାଗ ପକ୍ଷରୁ ବ୍ରାଉନସୁଗାର ସମେତ ଚୋରାମଦ ଜବତ ୫ଗିରଫ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଏକ ବିଶେଷ ସୁତ୍ରରୁ ଖବର ପାଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡା ଅବକାରୀ ବିଭାଗ ପକ୍ଷରୁ କେନ୍ଦ୍ରାପଡ଼ା ସଦର, ଜମ୍ବୁ ସାମୁଦ୍ରିକ ଓ ମାର୍ଶାଘାଇ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଚୋରାମଦ ସମେତ ବ୍ରାଉନସୁଗାର ଜବତ କରାଯାଇଛି। ରାମଚନ୍ଦ୍ରପୁର ଗ୍ରାମର ସୁନିଲ ପ୍ରସାଦ ବଳ(୩୭)ଙ୍କ ଠାରୁ ୪୦ଗ୍ରାମ ବ୍ରାଉନସୁଗାର ସମେତ ଏକ ମଟରସାଇକେଲ ଜବତ କରାଯାଇଥିବା ବେଳେ ପ୍ରଭାକରପୁର ଗ୍ରାମର ଦୀପ୍ତି ଖିଲାର(୨୫)ଙ୍କ ଠାରୁ ୫୯ଲିଟର ବିଦେଶୀ ମଦ ସହିତ ଗୋଟିଏ ମଟରସାଇକେଲ, ରାଜେଶ ସେଠୀ(୨୭)ଙ୍କ ଠାରୁ ୧୧୨୧ଲିଟର ଦେଶୀ ରନ୍ଧାମଦ ଓ ଦହିମାଛ ଗ୍ରାମର ଜୀତେନ୍ଦ୍ର ରାଉତ(୩୧)ଙ୍କ ଠାରୁ ୫୯୧ଲିଟର ଦେଶୀ ରନ୍ଧାମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ମୋଟ ୪୦ଗ୍ରାମ ବ୍ରାଉନସୁଗାର ସମେତ ୨୯୭୬ଲିଟର ଚୋରା ବିଦେଶୀ ଓ ଦେଶୀ ରନ୍ଧା ମଦ ଏବଂ ଦୁଇଟି ମଟରସାଇକେଲ ଜବତ କରାଯାଇ ୫ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢାଉରେ ଅବକାରୀ ଉପନିରୀକ୍ଷକ ପ୍ରିୟଦର୍ଶୀ ମାନସରଞ୍ଜନ ମିଶ୍ର, ସୁଶ୍ରୀ ଋତୁପ୍ରଭା ସ୍ୱାଇଁ, ସହକାରୀ ଉପନିରୀକ୍ଷକ ଜଗନ୍ନାଥ ବେସ୍ରା, ସୁନିଲ କୁମାର ମିଶ୍ର, ପ୍ରଦୀପ କୁମାର ମଳିକଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।


