ଅବକାରୀ ଚଢାଉ, ୧୮୯ଲିଟର ଚୋରାମଦ ଜବତ, ୮ଗିରଫ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଜିଲ୍ଲାରେ ବେଆଇନ ନିଶାଦ୍ରବ୍ୟ ଓ ଚୋରାମଦ କାରବାର ଉପରେ ରୋକ୍ ଲଗାଇବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଏକ ବ୍ୟାପକ ଚଢ଼ାଉ ଅଭିଯାନ ଚାଲିଛି। ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ ବିପ୍ରଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ କରାଯାଇଥିଲା। କେନ୍ଦ୍ରାପଡ଼ା ଟାଉନ, ସଦର, ମାର୍ଶାଘାଇ ଓ ଡେରାବିଶ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ଟିମ୍ ଚଢ଼ାଉ କରି ୮ ଜଣଙ୍କ ନିକଟରୁ ମୋଟ ୧୮୯ ଲିଟର ଦେଶୀ ଓ ବିଦେଶୀ ଚୋରାମଦ ଜବତ କରିଥିଲା। ଜବତ ମଦ ମଧ୍ୟରେ ଖୁରୁସିଆ ଗ୍ରାମର ଶଶିକାନ୍ତ ନାୟକ(୪୪)ଙ୍କ ନିକଟରୁ ୨୯ ଲିଟର ବିଦେଶୀ ମଦ, ବଡ଼ପାଳ ଗ୍ରାମର କୁନାଲ ଚନ୍ଦ୍ର ନାୟକ(୫୭)ଙ୍କ ନିକଟରୁ ୩୨ ଲିଟର ଦେଶୀ ମଦ, ଗୁଲନଗର ଗ୍ରାମର ଜଳଧର ସେଠୀ(୩୮)ଙ୍କ ନିକଟରୁ ୨୨ ଲିଟର ବିଦେଶୀ ମଦ ଓ ଅଶୋକ କୁମାର ମଳିକ(୪୨)ଙ୍କ ନିକଟରୁ ୨୭ ଲିଟର ଦେଶୀ ମଦ ଜବତ ହୋଇଛି। ସେହିପରି ଯଅଁରାବାରିମୂଳ ଗ୍ରାମର ଦୟାକାନ୍ତ ରାଉତ(୩୫)ଙ୍କ ନିକଟରୁ ୨୦ ଲିଟର ବିଦେଶୀ ମଦ, ସାନ୍ତସାହି ଗ୍ରାମର ଲକ୍ଷ୍ମୀପ୍ରିୟା ସାହୁ(୩୯)ଙ୍କ ନିକଟରୁ ୧୯ ଲିଟର ଦେଶୀ ରନ୍ଧା ମଦ, ବଳଗଣ୍ଡୀ ଗ୍ରାମର ଶରତ କୁମାର ସାହୁ(୬୦)ଙ୍କ ନିକଟରୁ ୧୭ ଲିଟର ଦେଶୀ ମଦ ଏବଂ ନରୁଆ ଗ୍ରାମର ବିପିନ କାଣ୍ଡି(୩୪)ଙ୍କ ନିକଟରୁ ୨୩ ଲିଟର ବିଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ବିଭିନ୍ନ ଅବକାରୀ ମାମଲା ରୁଜୁ କରାଯିବା ସହ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଚଢ଼ାଉ ଅଭିଯାନରେ ଅବକାରୀ ଉପନିରୀକ୍ଷକ ରଞ୍ଜନ କୁମାର ପାତ୍ର, ତ୍ରିବେଣୀ ମହନ୍ତ ଓ ପ୍ରିୟଦର୍ଶୀ ମାନସରଞ୍ଜନ ମିଶ୍ରଙ୍କ ସମେତ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ