ପରିବାର ବିବାଦ, ପର ବାରଣ୍ଡାରେ ଭାଇ ଭଉଣୀ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ସୋ ସୋ ଥାନା ଅଧିନସ୍ଥ ଆତୁରିକୋଣା ଗ୍ରାମରେ ପାରିବାରିକ ବିବାଦରୁ ଗୋଟିଏ ଘରେ ଚାବି ପକାଇ ଦେଇଥିବାରୁ ଭାଇ ଭଉଣୀ ପର ବାରଣ୍ଡାରେ ଆଶ୍ରୟ ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ ଗ୍ରାମର ହରିହର ପାତ୍ରଙ୍କ ପରିବାରରେ ସ୍ୱାମୀ ସ୍ତ୍ରୀ ଭିତରେ ଝଗଡା ହୋଇଥିବା ବେଳେ ଟମକା ଥାନା ଅଞ୍ଚଳରୁ ଶଳା ସମାଧାନ କରିବାକୁ ଆସିଥିଲା। କିନ୍ତୁ ସମାଧାନ କରିବେ କଣ ଶଳା ଓ ପତ୍ନୀ ଉଭୟ ମିଶି ହରିହର ଓ ତା ଭଉଣୀକୁ ମାର ପିଟି କରିବା ସହିତ କିଛି ସମ୍ପର୍କୀୟଙ୍କୁ ସହଯୋଗରେ ହରିହରଙ୍କ ଘରେ ତାଲା ପକାଇ ପତ୍ନୀ ବାପ ଘରକୁ ପଳାଇ ଥିଲା। ଏନେଇ ହରିହର ସୋସୋ ଥାନାରେ ଜଣାଇ ଥିଲେବି ପୋଲିସ କୌଣସି ପଦକ୍ଷେପ ନେଇ ନାହିଁ। ଫଳରେ ୬ ଦିନ ହେଲା ପର ବାରଣ୍ଡାରେ ମୁଣ୍ଡ ଗୁଞ୍ଜୁଛନ୍ତି ହରିହର ଓ ତାଙ୍କ ଭଉଣୀ। ପୋଲିସ ତୁରନ୍ତ ହସ୍ତକ୍ଷେପ କରି ବିବାଦର ସମାଧାନ କରିବାକୁ ଦାବି କରିଛନ୍ତି ସାହି ଲୋକେ।


