ଜଙ୍ଗଲ ବୁଲି ମଦଭାଟି ଭାଙ୍ଗିଲେ ମହିଳା

କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ଅବକାରୀ ବିଭାଗ ଯାହା କରି ପାରିଲା ନାହିଁ ତାହା ଆଦିବାସୀ ମହିଳା ମାନେ କରି ଦେଖାଇବା ଘଟଣା ବିଭାଗ ପରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଜିଲା କଲ୍ୟାଣସିଂହପୁର ବ୍ଲକ କନ୍ଧକାତିପାଡ଼ୁ ପଞ୍ଚାୟତର ପୋଙ୍ଗଲୀ ଓ ଅଡୁଗୁଡା ଗ୍ରାମର ମହିଳା ମାନେ ରନ୍ଧା ମଦ ଓ ଦେଶୀ ମଦ ବନ୍ଦ କରିବା ପାଇଁ ହାତରେ ଠେଙ୍ଗା ବାଡ଼ି ଧରି ବାହାରି ବଣ ଜଙ୍ଗଲ ରନ୍ଧା ମହୁଲି ଓ ଗୁଡ଼ ମଦ ଖୋଜୁଥିବା ଦୃଶ୍ୟ ବୟାନ କରୁଥିବା ଦେଖିବାକୁ ମିଳିଛି। ଗ୍ରାମର ପୁରୁଷମାନେ ଅପ ମିଶ୍ରିତ ବିଷାକ୍ତ ରନ୍ଧା ମଦ ଓ ଦେଶୀ ମଦ ପିଇବା ଦ୍ୱାର ପ୍ରାୟ ସମୟରେ ଲୋକଙ୍କ ସହ ଝଗଡ଼ା, ଘରେ ଅଶାନ୍ତି, ରୋଗା ଗ୍ରସ୍ତ ହୋଇ ଅଧା ବୟସରେ ମୃତ୍ୟୁ ମୁଖରେ ପଡି ଥାନ୍ତି। ଏମିତିକି ଲୋକଙ୍କ ମୃତ୍ୟୁ ହୋଇଥିବା ନଜୀର ମଧ୍ୟ ରହିଛି।ଦିନକୁ ଦିନ ଗ୍ରାମ ଗୁଡାକରେ ପୁରୁଷ ସଂଖ୍ୟା କମି ଯାଉଛି। ମଦ ପିଇ ଗାଡି ଚଳାଇ  ଦୁର୍ଘଟଣା  ହେଉଥ‌ିବା, ମଦ ପିଇ ରାଜରାସ୍ତାରେ ପଡ଼ି ରହି ରହିବା, ବିଭିନ୍ନ ପର୍ବପର୍ବାଣୀରେ, ବିବାହ, ଯାତ୍ରାରେ ମଦ ପିଇ ଅଶାନ୍ତି ସୃଷ୍ଟି କରୁଥିବାରୁ ମହିଳା ମାନେ ହାତରେ ଠେଙ୍ଗା ଧରି ମଦ ବେପାରୀ ଓ ମଦ୍ୟପଣଂକୁ ସାବାଡ଼ କରିବା ପାଇଁ ବଣ ଜଙ୍ଗଲ ବୁଲି ବୁଲି ଖୋଜି ଖୋଜି ଭାଙ୍ଗିବା ପୋଚ ନଷ୍ଟ କରିବାରେ ସଫଳ ହୋଇଥିଲେ।ଏମିତି ପୋଙ୍ଗଲୀ ଓ ଅଡୁଗୁଡା ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ରନ୍ଧା ମଦ ଓ ଦେଶୀ ବିଦେଶୀ ମଦ ବିକ୍ରି କିରିବା ପାଇଁ ସମ୍ପୂର୍ଣ ବନ୍ଦ କରି ଚେତାଇ ଦେଇଥିଲେ। ଦୀର୍ଘ ବର୍ଷଧରି ଅଞ୍ଚଳରେ ମଦ ବେପାରୀ ମାନେ ଚୋରାରେ ମଦ ବିକି ଅବକାରୀ ବିଭଗର କର୍ମଚାରୀଙ୍କୁ ହାତ ବାରିସୀକାରୀ ବେପାର ଚଲାଈ ଆସୁଥିଲେ। ମହିଳାଙ୍କ ରୁଦ୍ର ରୂପେ ଦେଖି ବେପାର ଛାନିଆ ହୋଇଥିବା ବେଳେ ଅବକାରୀ ବିଭାଗ କୁ ଶକ୍ତ ଚାପୁଡ଼ା ଭଳି ଦେଖାଇ ମହିଳା ମାନେ। ମହିଳାଙ୍କ ଏଭଳି କାର୍ଯ୍ୟକୁ ଅଞ୍ଚଳରେ ପ୍ରଶଂସା କରାଯାଉଥିବା ଆଲୋଚନା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ