ଦର୍ଶନଶାସ୍ତ୍ର ବିଭାଗର ବିଦାୟ କାଳୀନ ଉତ୍ସବ

ପୋଲସରା,(ଓ୍ବାଇଏନଏସ) : ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ  +୩ ଶେଷ ବର୍ଷର ଛାତ୍ରଛାତ୍ରୀ ବୃନ୍ଦଙ୍କ ପାଇଁ ବିଦାୟ କାଳୀନ ଉତ୍ସବ ୧୫/୦୪/୨୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ରବିନ୍ଦ୍ର ନାଥ ପାଳ ଅଧ୍ୟକ୍ଷତା କରିଥିଲା ବେଳେ ଦର୍ଶନଶାସ୍ତ୍ର ବିଭାଗର ମୁଖ୍ୟ ଅଧ୍ୟାପକ ରୁଦ୍ର ପ୍ରାସାଦ ଗୌଡ଼ ସଂଯୋଜନା କରିଥିଲେ। ଅତିଥି ଭାବେ ଅର୍ଥନୀତି ବିଭାଗର ମୁଖ୍ୟ ଅଧ୍ୟାପକ ମନୋଜ କୁମାର ସାହୁ, ଶିକ୍ଷା ବିଭାଗର ମୂଖ୍ୟ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁ ଯୋଗ ଦେଇ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ତାଙ୍କର ଭବିଷ୍ୟତ ଗଠନ ପାଇଁ ପ୍ରେରଣା ଦେବାସହ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଦର୍ଶନଶାସ୍ତ୍ର ବିଭାଗର ଅଧ୍ୟାପକ ସେକ୍ ଫରିଦ୍  ଧନ୍ୟବାଦ୍ ଅର୍ପଣ କରିଥିଲେ। +୩ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ର ଓ ଛାତ୍ରୀ  ଇସ୍ପିତା ଗୌଡ଼, ମାମା ଗୌଡ଼, କ୍ରିଷ୍ଣା ସାହୁ, ରାଜା ନାୟକ, ସଚ୍ଚିକାନ୍ତ ରାଉତ, ବିଜୁ ଭୂୟାଁ, ରବୀନ୍ଦ୍ର ସାହୁ, ବିକାଶ କୁମାର ସ୍ୱାଇଁ, ରେଶମା ସାହୁ, ଷ୍ଟାଲିନ ସାହୁ, ରାଜେଶ କୁମାର ପାତ୍ର ପ୍ରଭୁତି ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ