ଓକିଲ ସଂଘ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା
ଆସିକା (ୱାଇଏନ୍ଏସ୍) :ଆସିକା ବିଚାରବିଭାଗୀୟ ଅଦାଲତରେ କନିଷ୍ଠ ଦେୱାନୀ ବିଚାରପତି ରୂପେ ଅବସ୍ଥାପିତ ଥିବା ଝିଲିଲିନା ନାୟକ ବଦଳି ହୋଇ କଟକ ଜିଲ୍ଲାର ନିଆଳି ଅଦାଲତରେ ନିଯୁକ୍ତି ପାଇଥିବା ଜଣାପଡିଛି । ଆସିକାର ଅଦାଲତରେ ଦୀର୍ଘ ଦିନ ଧରି ସଚ୍ଚୋଟତାର ସହ କାର୍ଯ୍ୟ କରି ଆସିଥିବା କନିଷ୍ଠ ଦେୱାନୀ ବିଚାରପତି ଝିଲିଲିନା ନାୟକଙ୍କୁ ଆସିକା ଓକିଲ ସଂଘ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଆସିକା ଓକିଲ ସଂଘର ସଭାପତି ଛବିଳରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ବିଦାୟୀ କନିଷ୍ଠ ଦେୱାନୀ ବିଚାରପତି ଝିଲିଲିନା ନାୟକ, ଅତିରିକ୍ତ ଜିଲ୍ଲା ଜଜ୍ ମନୋଜ କୁମାର, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଏ.ଗୀତାଞ୍ଜଳୀ ନାଇଡୁ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ତୃପ୍ତି ଦାଶ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଜେ.ମୋହିନୀ, ଆସିକା ଓକିଲ ସଂଘର ସଂପାଦକ ଚିିତ୍ତରଂଜନ ଦାଶ ପ୍ରମୁଖ ମଂଚାସୀନ ଥିଲେ । ଆସିକା ଓକିଲ ସଂଘ ପକ୍ଷରୁ ଅନୁଷ୍ଠିତ ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରନାଥ ପଣ୍ଡା, ଲଳିତ ମୋହନ ଦାଶ, ପ୍ରଶାନ୍ତ କୁମାର ଦାଶ, ନାରାୟଣ ବେହେରା, ନାରାୟଣ ମୁନି, ବି.ମୋହନ ରାଓ ଦୋରାଙ୍କ ସମେତ ବହୁ ଆଇନଜୀବୀ ଯୋଗଦେଇ ବିଦାୟୀ କନିଷ୍ଠ ଦେୱାନୀ ବିଚାରପତି ଝିଲିଲିନା ନାୟକଙ୍କ ସାଧୁତା, ସଚ୍ଚୋଟତା, ନିରପେକ୍ଷ ବିଚାରଧାରା ସମେତ ବହୁବିଧ ଗୁଣାବଳୀ ଉପରେ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଆସିକା ଓକିଲ ସଂଘ ପକ୍ଷରୁ ବିଦାୟୀ କନିଷ୍ଠ ଦେୱାନୀ ବିଚାରପତି ଝିଲିଲିନା ନାୟକଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ଆସିକାର ଅଧୀଷ୍ଟାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ତୈଳଚିତ୍ର ପ୍ରଦାନ କରି ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆସିକା ଓକିଲ ସଂଘର ଉପସଭାପତି ଜି.ସୂର୍ଯ୍ୟପ୍ରକାଶ ରାଓ, ଆଇନଜୀବୀ ରବିନ୍ଦ୍ରନାଥ ଶର୍ମା, ପି.ଚନ୍ଦ୍ରଶେଖର ପାତ୍ର, ଦ୍ୱାରିକାନାଥ ପରିଡା, ଶରତେନ୍ଦୁ ପଣ୍ଡା, ଶିଶିର କୁମାର ନାୟକ, ଚିନ୍ତାମଣି ମେକାପ୍, ଦିଲୀପ କୁମାର ପାଣିଗ୍ରାହୀ, ଅଜିତ୍ କୁମାର ଚୌଧୁରୀ, ରାଜେନ୍ଦ୍ର ନାଥ ପାତ୍ର, ସିମାଞ୍ଚଳ ସେଠୀ, ପ୍ରତାପ କୁମାର ଭୂୟାଁ, ପ୍ରଭାତ କୁମାର ପାଢୀ, ମାନସପୂର୍ଣ୍ଣ ଆଚାର୍ଯ୍ୟ, ମାନସ ରଂଜନ ଗୌଡ, ମହେଶ୍ୱର ବେହେରା, ଏନ୍.ଯଜେ୍ଞଶ୍ୱର ଆଚାରୀ, ଗଙ୍ଗାଧର ନାହାକ, ଦେବରାଜ ମିଶ୍ର, ରଜତ କୁମାର ପାତ୍ର, କାଳୀଚରଣ ଦାଶ, ସନ୍ତୋଷ କୁମାର ପାଣିଗ୍ରାହୀ, ସନ୍ତୋଷ କୁମାର ମିଶ୍ର, ନାରାୟଣ ହୋତା, ଶିବଶଙ୍କର ମହାନ୍ତି, ସୁଧାଂଶୁ କୁମାର ପାଣିଗ୍ରାହୀ, ନିଳାମ୍ବର ବେହେରା, ପ୍ରଶାନ୍ତ କୁମାର ଚର୍ଚ୍ଚି, ପ୍ରିୟାଂଶୁ ଶେଖର ପରିଡା, ଭରତେନ୍ଦୁ ଭୂଷଣ ନାୟକଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା।


