ଆସିକା ଓକିଲ ସଂଘ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ଆସିକା (ୱାଇଏନ୍‍ଏସ୍‍) ଆସିକା ବିଚାରବିଭାଗୀୟ ଅଦାଲତରେ ଅତିରିକ୍ତ ଜିଲ୍ଲା ଜଜ୍‍ ରୂପେ ଅବସ୍ଥାପିତ ଥିବା ଚୌଧୁରୀ ପ୍ରବୀର କୁମାର ବଦଳି ହୋଇ ଅନୁଗୁଳ ଜିଲ୍ଲାର ପାରିବାରିକ ଅଦାଲତରେ ନିଯୁକ୍ତି ପାଇଥିବା ଜଣାପଡିଛି । ଆସିକାର ଅଦାଲତରେ ଦୀର୍ଘ ଦିନ ଧରି ସଚ୍ଚୋଟତାର ସହ କାର୍ଯ୍ୟ କରି ଆସିଥିବା ଅତିରିକ୍ତ ଜିଲ୍ଲା ଜଜ୍‍ ଚୌଧୁରୀ ପ୍ରବୀର କୁମାରଙ୍କୁ ଆସିକା ଓକିଲ ସଂଘ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଆସିକା ଓକିଲ ସଂଘର ସଭାପତି ଅଜିତ୍‍ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ବିଦାୟୀ ଅତିରିକ୍ତ ଜିଲ୍ଲା ଜଜ୍‍ ପ୍ରବୀର କୁମାର ଚୌଧୁରୀ, ବରିଷ୍ଠ ଦେୱାନୀ ବିଚାରପତି ସୌଦାମିନି ବିଶ୍ୱାଳ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‍ ଏ.ଗୀତାଞ୍ଜଳୀ ନାଇଡୁ, ଦ୍ୱିତୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‍ ତୃପ୍ତି ଦାଶ, ଆସିକା ଓକିଲ ସଂଘର ସଂପାଦକ ନାରାୟଣ ମୁନି ଓ ଉପସଭାପତି ଛବିଳରାମ ମିଶ୍ର ପ୍ରମୁଖ ମଂଚାସୀନ ଥିଲେ । ଆସିକା ଓକିଲ ସଂଘ ପକ୍ଷରୁ ଅନୁଷ୍ଠିତ ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରନାଥ ପଣ୍ଡା, ସୁଧାଂଶୁ କୁମାର ପଣ୍ଡା, ପି.ରବିନ୍ଦ୍ର କୁମାର ପାତ୍ର, ବିଦେଶୀ ନାହାକ, ଶରତେନ୍ଦୁ ପଣ୍ଡା, ଆସିକା ଓକିଲ ସଂଘର ସଭାପତି ଅଜିତ୍‍ କୁମାର ଚୌଧୁରୀ ଓ ସଂପାଦକ ନାରାୟଣ ମୁନି ଏବଂ ଉପସଭାପତି ଛବିଳରାମ ମିଶ୍ରଙ୍କ ସମେତ ବହୁ ଆଇନଜୀବୀ ଯୋଗଦେଇ ବିଦାୟୀ ଅତିରିକ୍ତ ଜିଲ୍ଲା ଜଜ୍‍ ଚୌଧୁରୀ ପ୍ରବୀର କୁମାରଙ୍କ ସାଧୁତା, ସଚ୍ଚୋଟତା, ନିରପେକ୍ଷ ବିଚାରଧାରା ସମେତ ବହୁବିଧ ଗୁଣାବଳୀ ଉପରେ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଆସିକା ଓକିଲ ସଂଘ ପକ୍ଷରୁ ବିଦାୟୀ ଅତିରିକ୍ତ ଜିଲ୍ଲା ଜଜ୍‍ ଚୌଧୁରୀ ପ୍ରବୀର କୁମାରଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ଆସିକାର ଅଧୀଷ୍ଟାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ତୈଳଚିତ୍ର ପ୍ରଦାନ କରି ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆସିକା ଓକିଲ ସଂଘର ଲାଇବ୍ରେରୀ ସଂପାଦକ ସନ୍ତୋଷ କୁମାର ମିଶ୍ର, ଆସିକା ଓକିଲ ସଂଘର ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ରବିନ୍ଦ୍ରନାଥ ଶର୍ମା, ନାରାୟଣ ବେହେରା, ଜୟଚନ୍ଦ୍ର ନାୟକ, ପି.ଶିବଶଙ୍କର ପାତ୍ର, ଶିଶିର କୁମାର ନାୟକ, ମହେଶ୍ୱର ବେହେରା, ରାଜେନ୍ଦ୍ରନାଥ ପାତ୍ର, ସନ୍ତୋଷ କୁମାର ପାଣିଗ୍ରାହୀ, ଦିଲୀପ କୁମାର ପାଣିଗ୍ରାହୀ, ଶିବଶଙ୍କର ମହାନ୍ତି, ପ୍ରଶାନ୍ତ କୁମାର ଚର୍ଚ୍ଚି, ନିଳାମ୍ବର ବେହେରା, ଏନ୍‍.ଯଜେ୍ଞଶ୍ୱର ଆଚାରୀ, ଅଜିତ୍‍ କୁମାର ମୁନି, ପ୍ରିୟାଂଶୁ ଶେଖର ପରିଡା, କେ.ବ୍ରହ୍ମାନନ୍ଦ ରାଉ, ଭି.ଖୋକନ୍‍ ରାଓ, କାଳୀଚରଣ ଦାଶ, ମାନସ ରଂଜନ ଗୌଡ, ଲଳିତ ମୋହନ ଦାଶ, ପ୍ରଭାତ କୁମାର ପାଢୀ, ସୁଧାଂଶୁ କୁମାର ପାଣିଗ୍ରାହୀ, ଅଜିତ୍‍ କୁମାର ନାୟକ, ରୁଦ୍ର ପାଣିଗ୍ରାହୀ, ଦୀପକ କୁମାର ସାହୁ, ଶିବରାମ ପ୍ରଧାନ, ହର୍ଷରଂଜନ ପାଢୀଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ