ରମ୍ପାସ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନୂତନ କମିଟିକୁ ସମ୍ବର୍ଦ୍ଧନା

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ବଡ଼ରମ୍ପାସ ପଞ୍ଚାୟତ ଅନ୍ତର୍ଗତ ରମ୍ପାସ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନୂତନ କରି ଗଠିତ ବିଦ୍ୟାଳୟ କମିଟିକୁ ‘ମୋ ବିଦ୍ୟାଳୟ’ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସରରେ ‘ମୋ ବିଦ୍ୟାଳୟ’ର ସଭାପତି ସତ୍ୟଭୂଷଣ ସାହୁ, ଉପସଭାପତି ଜଳଧର ମାହାନ୍ତି ଏବଂ ବଡ଼ରମ୍ପାସ ସରପଞ୍ଚ ରବୀନ୍ଦ୍ର ଜେନା,ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ନୂତନ କମିଟିର ସଭାପତି ମଧୁସୂଦନ ସ୍ୱାଇଁ, ଉପ ସଭାପତି ଡଲି ଜେନା, ସଦସ୍ୟ ବୁଦିନୀ ମୁଣ୍ଡା , ମିତାରାଣୀ ଜେନା, ଶଙ୍କର୍ଷଣ ସାହୁ, ବିଭୂତି ବିଶ୍ଵାଳ, ଅନ୍ତରଜ୍ୟମି ସାହୁ, ଶ୍ରୀମତୀ ମୁଣ୍ଡା ,ରଘୁନାଥ  ବେହେରା , ପ୍ରଦୀପ ମହାପାତ୍ର, ଭାଗିରଥି ରଣା, ମମତା ସେନାପତି, ରଜନୀରାଣୀ ବେହେରା, କବିତା ସାହୁ, ଶୁଭଶ୍ରୀ ସାହୁ, ସୀତାରାଣୀ ବେହେରାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ନୂତନ ପରିଚାଳନା କମିଟି ଗଠନ ଦ୍ୱାରା ବିଦ୍ୟାଳୟର ଶିକ୍ଷାଦାନ, ଶୃଙ୍ଖଳା ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ଦିଗରେ ଆହୁରି ଭଲ ପଦକ୍ଷେପ ନିଆଯିବ ବୋଲି ଉପସ୍ଥିତ ଅତିଥିମାନେ ଆଶା ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ