ତନରଡ଼ା କ୍ଲଷ୍ଟରର ମାସିକ ବୈଠକ ଅନୁଷ୍ଠିତ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ତନରଡ଼ା କ୍ଲଷ୍ଟରର ପଞ୍ଚମ ମାସିକ କ୍ଲଷ୍ଟର ବୈଠକ ପ୍ରାଥମିକ ବିଦ୍ୟାଳୟ, ସରପଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଏଫଏଲଏନ ଏଫଏଲଏନ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲେ। ବୈଠକରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ବିକାଶ, ପଠନ ଅଭ୍ୟାସ, ଶିକ୍ଷଣ ସୋପାନ ରେଜିଷ୍ଟରର ପରିଚାଳନା, ନ୍ୟସ୍ତ କାର୍ଯ୍ୟର କାର୍ଯ୍ୟକାରିତା, ପରଖ-2027 ପାଇଁ ପ୍ରସ୍ତୁତି, ଜିଲ୍ଲାସ୍ତରୀୟ ଶିକ୍ଷଣଭିତ୍ତିକ ଆଲୋଚନା ଏବଂ ଏମଏଚଏମ କର୍ଣ୍ଣରର ଉପଯୋଗିତା ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଅବସରରେବ୍ଲକ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ରଥଙ୍କ ନିର୍ଦେଶ କ୍ରମେ ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ପଟ୍ଟନାୟକ ବୈଠକ ସ୍ଥଳ ପରିଦର୍ଶନ କରି ଶିକ୍ଷକମାନଙ୍କୁ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ସରପଲ୍ଲୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଓ ସମସ୍ତ ସହକାରୀ ଶିକ୍ଷକ-ଶିକ୍ଷୟିତ୍ରୀ ବୈଠକ ଆୟୋଜନରେ ସହଯୋଗ କରିଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମନୋଜ କୁମାର ପଟ୍ଟନାୟକ ବୈଠକକୁ ପରିଚାଳନା କରିଥିଲେ। ଶିକ୍ଷାଦାନର ଗୁଣାତ୍ମକ ମାନ ବୃଦ୍ଧି ସହ ଛାତ୍ରଛାତ୍ରୀଙ୍କ ମୌଳିକ ଦକ୍ଷତାର ବିକାଶ ଦିଗରେ ଏହି ବୈଠକ ଫଳପ୍ରଦ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ