ଟେକ୍‍ନିକାଲ୍‍ ହାଇସ୍କୁଲରେ ଅଗ୍ନିଶମ ବିଭାଗ ପକ୍ଷରୁ ମକ୍‌ଡ୍ରିଲ୍ କାର୍ଯ୍ୟକ୍ରମ

ଆସିକା  (ୱାଇଏନ୍‍ଏସ୍‍) : ସମ୍ଭାବ୍ୟ ବନ୍ୟା, ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଆସିକା କଲେଜଛକ ସ୍ଥିତ ସରକାରୀ ଟେକ୍‍ନିକାଲ୍‍ ହାଇସ୍କୁଲ ପରିସରରେ ଆସିକା ଅଗ୍ନିଶମ ବିଭାଗ ପକ୍ଷରୁ ଏକ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ (ମକ୍‌ଡ୍ରିଲ୍‌) ଓ ଅଗ୍ନିସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଗ୍ନିଶମ ସେବା ସପ୍ତାହ ପାଳନ ଅବସରରେ ଆସିକା ଅଗ୍ନିଶମ ସେବାକେନ୍ଦ୍ର ପକ୍ଷରୁ କଲେଜଛକ ସ୍ଥିତ ଟେକ୍‍ନିକାଲ୍‍ ହାଇସ୍କୁଲ ପରିସରରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷୟିତ୍ରୀ ପ୍ରଜ୍ଞା ପରମିତା ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମକ୍‍ଡ୍ରିଲ୍‍ ତଥା ଅଗ୍ନିସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାମନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ନବମ ଏବଂ ଦଶମ ଶ୍ରେଣୀରେ ଅଧ୍ୟୟନରତ ପ୍ରାୟ ୧୮୦ରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଅଗ୍ନିଶମ ସେବାକେନ୍ଦ୍ରର ଅଧିକାରୀ କୈଳାଶ ଚନ୍ଦ୍ର ସାହୁଙ୍କ ପରାମର୍ଶକ୍ରମେ ଅନୁଷ୍ଠିତ ଏହି ଅଗ୍ନିସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଓ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ (ମକ୍‍ଡ୍ରିଲ୍‍) କାର୍ଯ୍ୟକ୍ରମରେ ଆସିକା ଅଗ୍ନିଶମ ସେବା କେନ୍ଦ୍ରର ଭାରପ୍ରାପ୍ତ କେନ୍ଦ୍ର ଅଧିକାରୀ ତଥା ମୁଖ୍ୟ ଅଗ୍ନିଯୋଦ୍ଧା ଅଶୋକ କୁମାର ବାରିକ, ଅଗ୍ନିଯୋଦ୍ଧା ଗାଡିଚାଳକ ସନ୍ତୋଷ ନାୟକ, ଅଗ୍ନିଯୋଦ୍ଧା ରଂଜନ କୁମାର ଭୋଇ, ଅଗ୍ନିଯୋଦ୍ଧା ସୁଶାନ୍ତ ବେହେରା ପ୍ରମୁଖ ଯୋଗ ଦେଇ ଏହି ମକ୍‍ଡ୍ରିଲ୍‍ ତଥା ଅଗ୍ନିସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିବା ସହ ଶିକ୍ଷାନୁଷ୍ଠାନ ପରିସରରେ ଗୋଷ୍ଠୀସ୍ତରୀୟ ସାମୁହିକ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ କରାଯାଇଥିଲା । ଏଥିରେ ଟାୱାର ଲାଇଟ୍‌, ଯନ୍ତ୍ରଚାଳିତ କରତ, ଜେନେରେଟର୍‌, ଷ୍ଟେଚର୍‌, ମେଗାଫୋନ, ଗ୍ୟାସ୍ ଇତ୍ୟାଦିର ବ୍ୟବହାର ସମ୍ବନ୍ଧରେ ଅଭ୍ୟାସ କରାଯାଇଥିଲା ବେଳେ ଅଗ୍ନିଶମ ସେବା ବାହିନୀ ଏଥିରେ ଭାଗ ନେଇ ଉଦ୍ଧାର କୌଶଳ ପ୍ରଦର୍ଶନ କରିଥିଲେ । ବନ୍ୟା ଓ ବାତ୍ୟା ଭଳି ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ଅନୁଷ୍ଠିତ ହୋଇଥିବା ଏହି ମକ୍‌ଡ୍ରିଲ୍ କାର୍ଯ୍ୟକ୍ରମରେ ସରକାରୀ ଟେକ୍‍ନିକାଲ୍‍ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଜ୍ଞା ପରମିତା ପଣ୍ଡା, ସହକାରୀ ଶିକ୍ଷକ ରାମଚନ୍ଦ୍ର ପ୍ରଧାନ, କୈଳାଶ ଗୌଡ, ଲକ୍ଷ୍ମୀ ଜେନା, ଦେବାଶିଷ୍‍ ପାଣିଗ୍ରାହୀ, ସର୍ମିଷ୍ଟା ସାହୁ, ଗାୟତ୍ରୀ ବେହେରା, ସୁମିତ୍ରା କାର୍ଜି, ରୁଚି ନାହାକ, ଇପ୍ସିତା ମଳିକ, ମିତାଞ୍ଜଳୀ ପଣ୍ଡା, ଭଗବାନ ସ୍ୱାଇଁ, ବଳରାମ ବେହେରା, ରାହୁଳ ପଟ୍ଟନାୟକ, ଶୁବାଶିଷ୍‍ ନାହାକ, ସିଦ୍ଧାନ୍ତ ସେଠୀ, କିରାଣୀ ଅନିଲ୍‍ କୁମାର ଜେନା, କର୍ମଚାରୀ ରବିନ୍ଦ୍ର କୁମାର ସାହୁ, ବାସୁଦେବ ପ୍ରଧାନ, ଜୟଦେବ ରାଉତଙ୍କ ସମେତ ବିଦ୍ୟାର୍ଥୀ ଓ ମଧ୍ୟାହ୍ନ ଭୋଜନ ରନ୍ଧନ ଦାୟିତ୍ୱରେ ଥିବା ପାଚିକା ଓ ସହାୟିକାମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ