ଅଗ୍ନିଶମ ବିଭାଗ ପକ୍ଷରୁ ଏକ ଷ୍ଟାଇଲ ବଜାରରେ ମକଡ୍ରିଲ

ଛତ୍ରପୁର, (ଓ୍ବାଇଏନଏସ) ଛତ୍ରପୁର ଅଗ୍ନିଶମ ବିଭାଗ ପକ୍ଷରୁ ଏକ ଦିନିକିଆ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ରିକାପଲ୍ଲୀ ସ୍ଥିତ ଷ୍ଟାଇଲ ବଜାର ସପିଙ୍ଗ ମହଲ ଏହି  ମକଡ୍ରିଲ ଅନୁଷ୍ଠିତ ହୋଇଥିଲା |  ଦୈବଦୁର୍ଘଟଣା ସମୟରେ କେଉଁଭଳି ସତର୍କତା ଅବଲମ୍ବନ କରି ଧନ ଜୀବନକୁ ସୁରକ୍ଷା ଦିଆଯାଇ ପାରିବ ସେ ସମ୍ପର୍କରେ ପ୍ରତିକାତ୍ମକ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଯଦି ଦୈବଦୁର୍ଘଟଣା ଘଟେ ତେଵେ କିପରି ସୁରକ୍ଷିତ ଭାବେ ବାହାରକୁ ଆସିବ ତାହା ବୁଝାଇ ଥିଲେ | ମହଲ ରେ ଅଗ୍ନିନିର୍ବାପକ ଯନ୍ତ୍ର ଠିକ ଅଛିକି ନାହିଁ ଯାଞ୍ଚ କରିଥିଲେ | ଏପରିକି ଷ୍ଟାଇଲ ବଜାର ରେ ଅଗ୍ନିଶମ ବିଭାଗ ପକ୍ଷ ରୁ ପ୍ରଦାନ କରାଯାଇଥିବା ଲାଇସେନ୍ସ ଅବଧି ଶେଷ ହୋଇଯାଇଥିବାରୁ ପୁଣି ଲାଇସେନ୍ସ ପାଇଁ ଅନୁମତି ଆଣିବାକୁ କୁହାଯାଇଥିଲା | ଅଗ୍ନିଶମ କର୍ମଚାରୀ ମାନେ ଉପସ୍ଥିତ ରହି ସଚେତନାତ୍ମକ ବିଭିନ୍ନ କଳା କୌଶଳ ପ୍ରଦର୍ଶନ କରିଥିଲେ । ବିଶେଷକରି  ଅଗ୍ନିକାଣ୍ଡ କିମ୍ବା ଅନ୍ୟାନ୍ୟ ଦୈବ ଦୁର୍ଘଟଣା ଘଟିଲେ ପ୍ରାଥମିକ ଭାବେ କେଉଁଭଳି ପଦକ୍ଷେପ ନିଆଯିବ ତା ଉପରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପ୍ରଶିକ୍ଷଣ ଦେଇଥିଲେ । କାର୍ଯ୍ୟକ୍ରମ ରେ ଡେପୁଟି ଫାୟାର ଅଫିସର ପୂର୍ଣ୍ଣ ଚନ୍ଦ୍ର ମାରାଣ୍ଡି, ବ୍ରହ୍ମପୁର ଫାୟାର ଅଫିସର ବିଚିତ୍ର କୁମାର ପଣ୍ଡା, ଛତ୍ରପୁର ସହକାରୀ ଅଗ୍ନିଶମ ଅଧିକାରୀ ଧନୁଞ୍ଜୟ ମଲ୍ଲିକ ଙ୍କ ସମେତ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ