ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଆମ ହସ୍ପିଟାଲ କାଫେ ଉଦଘାଟିତ
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସର ରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ମାନଙ୍କ ସୁବିଧା ନିମନ୍ତେ ଆମ ହସ୍ପିଟାଲ କାଫେ ଉଦଘାଟିତ ହୋଇଯାଇଛି, ଏହାକୁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରିବନ କାଟି ଶୁଭ ଉଦଘାଟନ କରିଥିଲେ, ଏହି ଅବସର ରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ର ଅଧିକ୍ଷିକ ଡାକ୍ତର ଅଲେଖ ପ୍ରଧାନ, ହସ୍ପିଟାଲ ମ୍ୟାନଜର ଗଣେଶ ନାହାକ, ମିଶନ ଶକ୍ତି ର ଜିଲ୍ଲା ସଂଯୋଜକ ଜୟ କୃଷ୍ଣ ମହାପାତ୍ର, ବ୍ଲକ ସଂଯୋଜିକା ସୀତା ବରାଳ, ଓଡିଶା ଜୀବିକା ମିଶନର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା, କଫେ ଦାୟିତ୍ୱ ରେ ଥିବା ଭୁବନେଶ୍ୱରୀ ଏସ ଏଚ ଜି ଗ୍ରୁପ ର ସଭାନେତ୍ରୀ ଜି. ମିନାକ୍ଷୀ, ସମ୍ପାଦିକା ଅନୀତା ଚୌଧୁରୀ, ଶୈଳବାଳା ରଥ, ପୂର୍ବତନ ସମିତି ସଭ୍ୟ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ, ଯୁବ ନେତା ବନୋଜ ନାହାକ ଙ୍କ ସମେତ ବହୁ ମହିଳା ଏବଂ ହସ୍ପିଟାଲ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ


