ଭଞ୍ଜନଗରରେ ଖୋଲିଲା ଇଭି ମରାମତି ଗ୍ୟାରେଜ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ତୈଳ ଦର ବୃଦ୍ଧି ତଥା ପ୍ରଦୂଷଣ ମୁକ୍ତ ଯୋଗୁଁ ବଜାରରେ ବୈଦୁତିକ ଯାନ ବା ଇଭି ର ଚାହିଦା ବୃଦ୍ଧି ପାଉଛି।ତେଣୁ ବିଭିନ୍ନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଇଭି ର ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି।ସେହିପରି ଭଞ୍ଜନଗର ସହରରେ ଇଲେକ୍ଟ୍ରିକ୍ ଯାନ ବା ଇଭି ର ମରାମତି ଓ ସର୍ଭିସ୍ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଇଭି ଗ୍ୟାରେଜ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ଇଭି ଫିକ୍ସ ନାମରେ ଏକ ନୂତନ ଇଭି ସର୍ଭିସ୍ ସେଣ୍ଟରର ଗ୍ରାଣ୍ଡ ଓପେନିଂ ପବିତ୍ର ଗଣେଶ ପୂଜା ଅବସରରେ ଭଞ୍ଜନଗରସ୍ଥିତ ଉତ୍କଳ ସାଇକେଲ୍ସ, ଭଞ୍ଜମାର୍ଗ ଠାରେ ଅନୁଷ୍ଠିତ ହୋଇଯାଇଛି।ପ୍ରଭୁ ଶ୍ରୀ ଗଜାନନ ଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଭଞ୍ଜନଗର ପୌରପାଳିକା ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଏବଂ ଉପାଧ୍ୟକ୍ଷା ସୁଭାଶ୍ରୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇଭି ଫିକ୍ସ ସର୍ଭିସ୍ ସେଣ୍ଟରର ଉଦଘାଟନ କରିଥିଲେ।
ଏହି ଅବସରରେ ଭଞ୍ଜନଗର ପାର୍ଟନରସିପ୍ ହୋଲ୍ଡର ସୁଭେନ୍ଦୁ ମହାପାତ୍ରଙ୍କ ସହ ଇଭି ଗ୍ୟାରେଜ ର ଫାଉଣ୍ଡର ଶକ୍ତି ସମ୍ପଦ ଦାସ, କୋ-ଫାଉଣ୍ଡର ଇଞ୍ଜିନିୟର ଦୀପକ ଭରଦ୍ୱାଜ, ଆଶୁତୋଷ ହୋତା, ରାଜ କିଶୋର, ରଜତ ପାଲେଇ, ବୁଲୁ ବେହେରା, ରାଜୁ, ବିଚିତ୍ରଙ୍କ ସମେତ ବିଭିନ୍ନ ଗ୍ୟାରେଜ୍ ମାଲିକ, ଟେକ୍ନିସିଆନ୍ ଓ ଇଭି ଗ୍ରାହକମାନେ ଉପସ୍ଥିତ ଥିଲେ। ଇଭି ଫିକ୍ସ ପକ୍ଷରୁ କୁହାଯାଇଛି ଯେ, ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳର ଇଭି ମାଲିକମାନଙ୍କୁ ଗୁଣାତ୍ମକ ଓ ସୁଲଭ ମୂଲ୍ୟରେ ଇଭି ମରାମତି, ଡାଏଗ୍ନୋସିସ୍ ଏବଂ ସର୍ଭିସ୍ ସୁବିଧା ପ୍ରଦାନ କରିବା ଏହି ସେଣ୍ଟରର ମୁଖ୍ୟ ଲକ୍ଷ୍ୟ। ଅନୁଭବୀ ଟେକ୍ନିସିଆନ୍, ଆବଶ୍ୟକୀୟ ସ୍ପେଆର୍ ପାର୍ଟସ୍ ଏବଂ ପ୍ରଯୁକ୍ତିଭିତ୍ତିକ ଡାଏଗ୍ନୋସିସ୍ ସୁବିଧା ମାଧ୍ୟମରେ ଇଭି ଗ୍ରାହକଙ୍କୁ ଉତ୍ତମ ସେବା ଦେବା ପାଇଁ ସଂସ୍ଥା ପ୍ରୟାସ କରିବ।ଇଭି ଗ୍ୟାରେଜ ପକ୍ଷରୁ ଓଡ଼ିଶାରେ ଏକ ସୁଦୃଢ଼ ଇଭି ସର୍ଭିସ୍ ଇକୋସିଷ୍ଟମ୍ ଗଠନ ଏବଂ ସ୍ଥାନୀୟ ଗ୍ୟାରେଜ୍ ଓ ଟେକ୍ନିସିଆନ୍ମାନଙ୍କୁ ଇଭି ସେବା କ୍ଷେତ୍ରରେ ସଶକ୍ତ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି।କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ଓ ଗ୍ରାହକମାନେ ଇଭି ସେବା କ୍ଷେତ୍ରରେ ଏପରି ଏକ ସୁବିଧା ଭଞ୍ଜନଗରରେ ଆରମ୍ଭ ହୋଇଥିବାରୁ ଏହା ଅଞ୍ଚଳର ଇଭି ମାଲିକମାନଙ୍କ ପାଇଁ ଉପକାରୀ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ।


