ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ବନ ବିଭାଗ ପକ୍ଷରୁ ଚାରା ରୋପଣ
ପୋଲସରା, (ଅନୀଲ କୁମାର ମହାରଣା) : ଜୁନ ୫ ତାରିଖ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନସ୍ଥ ପୋଲସରା ବନାଞ୍ଚଳ ପକ୍ଷରୁ ଚାରା ରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମ ପୋଲସରା ବନାଞ୍ଚଳ ଅଧିକାରୀ ଅନୀଲ କୁମାର ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବନାଞ୍ଚଳ ଅଧିନସ୍ଥ ଭାବରଡ଼ା ସେକସନ୍ ଅନ୍ତର୍ଗତ ଲୁଣିଆପଡା ଜଙ୍ଗଲ ସମେତ କଳିଙ୍ଗ ନୋଡାଲ ଉଚ୍ଚ ବିଦ୍ୟାଳୟ କନିଆରିରେ ୧୧୦ ଗୋଟି ଚାରାରୋପଣ କରାଯାଇଥିଲା। ଏଥିସହ ପୋଲସରା ବ୍ଲକର ମୋଟ୍ ୨୬ ଗୋଟି ଗ୍ରାମ ପଞ୍ଚାୟତକୁ ୧୧୦ଟି ଲେଖାଏଁ ବିଭିନ୍ନ କିସମର ଚାରା ବଣ୍ଟନ କରାଯାଇଛି। ଏହି ଅବସରରେ ପରିବେଶ ସୁରକ୍ଷାକୁ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଏସିଏଫ୍ ରଜତ କୁମାର ମିଶ୍ର, ଭାବରଡା ବନପାଳ ଭୋଳେଶ୍ୱର ମଲ୍ଲିକ, ପୋଲସରା ବନପାଳ ମୁନା ଦାଶ ଓ ଅନ୍ଯ ବନ କର୍ମଚାରୀମାନଙ୍କ ସମେତ ପାଣ୍ଡିରିପଡା ସରପଞ୍ଚ ରଘୁନାଥ ଭୂୟାଁ, ଗୋଛାବାଡି ସରପଞ୍ଚ ପ୍ରତିନିଧି ମନମୋହନ ଗୌଡ଼, ଭାବରଡା ସମିତି ସଭ୍ୟା ପ୍ରତିନିଧି ପ୍ରବିଣ ବିଷୋୟୀ ଓ ତିନି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଆରଏସ ବୃନ୍ଦ ଉପସ୍ଥିତ ଥିଲେ।