ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର

ଆସିକା (ୱାଇଏନ୍‍ଏସ୍‍) :ଧରାକୋଟ ବ୍ଲକ ଅନ୍ତର୍ଗତ ସୁନାମହି ଗ୍ରାମରେ ମିହିର୍‍ କ୍ରିଷ୍ଣା ଫାଉଣ୍ଡେସନ୍‍ର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଓ ଆସିକାର ଶତାୟୁ ବର୍ଷ ପୁରାତନ ହରିହର ହାଇସ୍କୁଲର ୧୯୯୧ ମାଟ୍ରିକ୍‍ ବ୍ୟାଚ୍‍ର ପୁରାତନ ଛାତ୍ରମାନଙ୍କ ପକ୍ଷରୁ ରବିବାର ଏକ ମାଗଣା ମେଗା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଠ ଭେଷଜ ବିଶେଷଜ୍ଞ ଓ ସମାଜସେବୀ ଡାକ୍ତର ମିହିରକାନ୍ତ ପାଣିଗ୍ରାହୀ ଓ ତାଙ୍କ ଧର୍ମପତ୍ନୀ ଆଧ୍ୟାତ୍ମିକପ୍ରେମୀ କ୍ରିଷ୍ଣାଙ୍କ ଅମ୍ଳାନ୍‍ ସ୍ମୃତିରେ ସମର୍ପିତ ମିହିର୍‍ କ୍ରିଷ୍ଣା ଫାଉଣ୍ଡେସନ୍‍ ଏବଂ ଆସିକା ହରିହର ହାଇସ୍କୁଲର ୧୯୯୧ ମାଟ୍ରିକ୍‍ ବ୍ୟାଚ୍‍ର ପୁରାତନ ଛାତ୍ରଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିବା ଏହି ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଶିବିରରେ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ବିଶ୍ୱକେଶ ପାଣିଗ୍ରାହୀ ଓ ଆୟୁଷ୍‍ ଡାକ୍ତର ଏନ୍‍.ସନ୍ତୋଷ କୁମାର ପ୍ରମୁଖ ଯୋଗଦେଇ ସୁନାମହି ଗ୍ରାମ ତଥା ଏହାର ଆଖପାଖ ଗ୍ରାମର ପ୍ରାୟ ଶତାଧୀକ ବ୍ୟକ୍ତିଙ୍କ ହାଡର ସାନ୍ଧ୍ରତା, ରକ୍ତ ସର୍କରା, ରକ୍ତଚାପ ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ଓ ରୋଗ ନିରୂପଣ କରି ମାଗଣାରେ ଔଷଧ ବଣ୍ଟନ କରିଥିବା ଦେଖିବାକୁ ମିଳିଥିଲା । ଆସିକା ସହରର ଶତାୟୁ ବର୍ଷ ପୁରାତନ ହରିହର ହାଇସ୍କୁଲର ୧୯୯୧ ମାଟ୍ରିକ୍‍ ବ୍ୟାଚ୍‍ର ପୁରାତନ ଛାତ୍ର ମନୋଜ କୁମାର ମିଶ୍ର, ଡି.ବଦ୍ରିନାଥ ପାତ୍ର, ନିରଞ୍ଜନ ସାହୁ, ଭାନୁପ୍ରତାପ ମହାରଣା, ସଂଜୀବ ମହାରଣା, ବିନୋଦ ମିଶ୍ର, ସାଇରାମ ପୃଷ୍ଟି, କୀର୍ତ୍ତନ ଦାଶ, ସଂଜୟ ମହାରଣା, ରାମହରି ପାତ୍ର, ପ୍ରଶାନ୍ତ ପାଢୀ, ଜଗନ୍ନାଥ ପାତ୍ର, ଜିତେନ୍ଦ୍ର ପାତ୍ରଙ୍କ ସମେତ ବହୁ ପୁରାତନ ଛାତ୍ର ଏହି ମେଗା ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଶିବିରକୁ ସୁପରିଚାଳନା କରିବାରେ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଅର୍ଥାଭାବ କିମ୍ବା ଅନ୍ୟ କୌଣସି କାରଣରୁ ଡାକ୍ତରଖାନାକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବାରୁ ବଞ୍ଚିତ ହୋଇଆସୁଥିବା ଲୋକଙ୍କ ସୁବିଧା ଓ ସୁସ୍ଥ ଓ ନୀରୋଗ ଜୀବନଯାପନ ପାଇଁ ମିହିର୍‍ କ୍ରିଷ୍ଣା ଫାଉଣ୍ଡେସନ୍‍ ଓ ହରିହର ହାଇସ୍କୁଲର ୧୯୯୧ ମାଟ୍ରିକ ବ୍ୟାଚ୍‍ର ପୁରାତନ ଛାତ୍ରଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିବା ଏହି ମେଗା ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଲାଗି ବିଭିନ୍ନ ଅଞ୍ଚଳର ଜନତା ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ