ନାଉଗାଁ ବ୍ଳକରେ ଦଳିତ ସମାଜ ପକ୍ଷରୁ ବନ୍ଧୁମିଳନ
ନାଉଗାଁ, (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ତିରୁଣା ପଂଚାୟତସ୍ଥିତ ଗୋଡିଢିହ ଠାରେ ଦଳିତ ସମାଜର ବାର୍ଷିକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦଳିତ ସମାଜର ନାଉଗାଁ ବ୍ଲକ ସଭାପତି ପରମାନନ୍ଦ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଦଳିତମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା। ଭୂମିହୀନମାନଙ୍କୁ ଘର ଡିହ ପଟ୍ଟା ଯୋଗାଇ ଦେବା ସହିତ ବାସ ଗୃହ, ଶିକ୍ଷା,ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସାମାଜିକ ବ୍ୟବସ୍ଥା ଉପରେ ଆଲେଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର,ଅସ୍ତରଙ୍ଗ,ନିଆଳି,ବାଲିକୁଦା ,ନିମାପଡା, କାକଟପୁର, ବିରିଡି ଆଦି ସ୍ଥାନରୁ ବହୁ ଦଳିତ ସଂଗଠନର ସଦସ୍ୟମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଦୁଷ୍ମନ୍ତ କାଣ୍ଡି, ବିର ମଲିକ,ସୁମନ୍ତ ଭୋଇ,କଣ୍ଠ କାଣ୍ଡି,ନିଲୁରାମ ଦାସ,ନରେଶ କାଣ୍ଡି,ବଟ ଦାସ,କୈଳାସ ସେଠୀ,ପ୍ରମୋଦ ଜେନା,କାଳନ୍ଦୀ ଦାସ,ମନୋଜ କାଣ୍ଡି ଆଦି ପରିଚାଳନା କରିଥିଲେ।


