ଗାଦିବ୍ରହ୍ମ ବାଲୁଙ୍କେଶ୍ୱରଙ୍କ ବିଶ୍ୱଶାନ୍ତି ମହାଯଜ୍ଞ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ସର୍ବପୁରାତନ ଶୈବପୀଠ ଶ୍ରୀ ଶ୍ରୀ ଗାଦିବ୍ରହ୍ମ ବାଲୁଙ୍କେଶ୍ୱରଙ୍କ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି ମହାସମାରୋହ ସମ୍ପନ୍ନ ହୋଇଛି | ପ୍ରାୟ ଶହେ ବର୍ଷରୁ ଉର୍ଦ୍ଧ୍ୱ ହେବ  ଏହି ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ପାଳିତ ହୋଇ ଆସୁଅଛି | ପ୍ରତିବର୍ଷ ବୈଶାଖ ମାସ ତ୍ରୟୋଦଶୀରେ ଆରମ୍ଭ ହୋଇ ପୂର୍ଣ୍ଣମୀ ଦିନ ପୂର୍ଣ୍ଣାହୁତି କରାଯାଏ  | ଏହି ତିନି ଦିନ ସୂର୍ଯ୍ୟ ପୂଜା , ଯଜ୍ଞଶାଳା ପୂଜା ସହିତ ବିଭିନ୍ନ ଦେବାଦେବୀ ନାମରେ ଆହୁତି ପ୍ରଦାନ କରାଯାଇଥାଏ | ଏହି କାର୍ଯ୍ୟକ୍ରମରେ ଆଖପାଖରୁ ବହୁ ଶ୍ରଦ୍ଧାଳୁ ଆସି ଘୃତ୍ୟ, ନଡ଼ିଆ,ଧୂପ ଦୀପ ଦାନ କରି ଆଶୀର୍ବାଦ ଭିକ୍ଷା କରନ୍ତି | ଏଥିରେ କର୍ତ୍ତାଭାବରେ ନରେନ୍ଦ୍ର କୁମାର ରାୟ ଥିବା ବେଳେ ବିଜୟ ରାମ ରାୟ , ଅମୂଲ୍ୟ କୁମାର ରାୟ , ଅଶୋକ କୁମାର ରାୟ , ରାମଚନ୍ଦ୍ର ରାୟ , କ୍ଷୀରୋଦ କୁମାର ରାୟ ,ପ୍ରକାଶ ରାୟ , ଚକ୍ରଧର ବିଶ୍ୱାଳ , ନୃସିଂହ ମହାନ୍ତି , ମାନସ ନାୟକ, ଲକ୍ଷ୍ମୀଧର ରାୟଙ୍କ ସହିତ ଖଇରାଗଡ଼ ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରୁଥିଲେ  |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ