ସବୁଠି ପୂଜା ପାଇଲେ ଗଜାନନ

ବନ୍ତ, (ଚାନ୍ଦିନୀ ମହାନ୍ତି ): ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ପ୍ରଭୁ ଗଜାନନଙ୍କ ପୂଜା ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସେଣ୍ଢତୀରା ପଞ୍ଚାୟତ କୁମ୍ଭାରିଆ ଗ୍ରାମରେ ୟୁନିକ କ୍ଲବ ପୂଜା କମିଟି ପକ୍ଷରୁ ଗଜାନନଙ୍କ ପୂଜା ପାଳିତ ହୋଇଯାଇଛି। ପ୍ରାରମ୍ଭରେ ଗ୍ରାମର ମହାଦେବ ପୁଷ୍କରିଣୀରୁ ପ୍ରକାଶ ମଲ୍ଲିକ, ଗୌରବ ଦାଶ, ଭାଗ୍ୟଦତ୍ତ ଆଚାର୍ଯ୍ୟ, ଶମ୍ଭୁନାଥ ଜେନା କଳସ ଆଣିବା ପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ପୂଜକ ରାମ ନାରାୟଣ ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ମହେଶ୍ୱର ପଣ୍ଡା, ମହେଶ୍ୱର ଦାଶ, କାହ୍ନୁ ଚରଣ ମିଶ୍ର, ପ୍ରିୟବ୍ରତ ପଣ୍ଡା, ଚିତ୍ତରଞ୍ଜନ ପାଢ଼ୀ, ପିଣ୍ଟୁ ଶତପଥି, ଶେଷଶୀର୍ଷ ଆଚାର୍ଯ୍ୟ, ଦଶରଥ ଘଡେଇ, ସଦାନନ୍ଦ ପଣ୍ଡା, ସଂଗ୍ରାମ ଦାଶ, ଜଗବନ୍ଧୁ ପାଢ଼ୀ, ସତ୍ୟବ୍ରତ ପଣ୍ଡାଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ। ସେହିପରି ନିଳୋକ ସରକାରୀ ଉଚ୍ଚ ବିଦ୍ୟାଳୟ, ନିଳୋକ ହରିହର ନୋଡାଲ ଉପ୍ରା ବିଦ୍ୟାଳୟ, ପଧାନପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ତ ଆଞ୍ଚଳିକ ମହା ବିଦ୍ୟାଳୟ, ବନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ, ବନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଏହି ପୂଜା ପାଳିତ ହୋଇଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ