ଜିଲ୍ଲା ବୋଇତବନ୍ଦାଣ ସମିତି କେନ୍ଦ୍ରାପଡାର ସାଧାରଣ ପରିଷଦ ବୈଠକ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ଜିଲ୍ଲା ବୋଇତବନ୍ଦାଣ ସମିତି, କେନ୍ଦ୍ରାପଡାର ସାଧାରଣ ପରିଷଦ ବୈଠକ ଗୋପସ୍ଥିତ ଜାଭିଅର ହାଇସ୍କୁଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାୟି ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୨୦୨୬ ମସିହା ପାଇଁ ନୂତନ କର୍ମକର୍ତ୍ତାମାନଙ୍କୁ ଚୟନ କରାଯାଇଥିଲା। ସମିତିର ସଭାପତି ଭାବେ ଚିନ୍ମୟ ପ୍ରସାଦ ବେହୁରା, କାର୍ଯ୍ୟକାରୀ ସଭାପତି ରବିନାରାୟଣ ମହାନ୍ତି ଓ ନିରଞ୍ଜନ ବେହେରା, ଉପସଭାପତି ବୈଷ୍ଣବ ଚରଣ ପ୍ରଧାନ ଓ ଚିତ୍ତରଞ୍ଜନ ଦାସ, ସମ୍ପାଦକ ଗୋଲଖ ଚନ୍ଦ୍ର ପଢିଆରୀ, ସମ୍ପାଦକ ‘ବୋଇତ’ କବି ନିରାକାର ଦାସ, ସଂଯୋଜକ ମୁକ୍ତାର ଖାଁ ଓ ଲୋହିତ ମହାନ୍ତି, କାର୍ଯ୍ୟକାରୀ ସମ୍ପାଦକ ରାଜେନ୍ଦ୍ର ମହାପାତ୍ର ଓ ସରୋଜକାନ୍ତ ସାହୁ, ସହସମ୍ପାଦକ ଶ୍ରୀଧର ମହାନ୍ତି, ସ୍ୱପ୍ନାରାଣୀ ସିଂ ଓ ବଳରାମ ଦାସ, ଯୁଗ୍ମସମ୍ପାଦକ ମିନତୀପ୍ରଭା ସ୍ୱାଇଁ ଓ ପ୍ରଭାତୀ ଧଳ, ସାଂସ୍କୃତିକ ସମ୍ପାଦକ ଅଶୋକ ସାହୁ ଓ ହିମାଂଶୁ ଦାସ, ସାଂଗଠନିକ ସମ୍ପାଦକ ମନୋଜ ଦାସ ଓ ମୀର ମୁର୍ଶିଦ୍ଦ, ବ୍ୟବସ୍ଥାପକ କମଳାକାନ୍ତ ବେହେରା ଓ ଦେବେନ୍ଦ୍ର ମହାନ୍ତି, ଯୋଗାଯୋଗ ସମ୍ପାଦକ ଲକ୍ଷ୍ମୀକାନ୍ତ ନାୟକ ଓ ପ୍ରମୋଦ ମହାପାତ୍ର, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ଧଳ ଓ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଭାବେ ଡା. ସୁଧିର କୁମାର ବ୍ରହ୍ମା, ଡା. ବିରଞ୍ଚିନାରାନାୟଣ ଜଗଦେବ, ସୁଶିଲ କୁମାର ସାମଲ, ଡ. ଅଜୟ କୁମାର ରାଉତ, ପ୍ରଫୁଲ୍ଲ ଦାସ, ଗାୟତ୍ରୀ ମହାନ୍ତି, ସଞ୍ଜୟ କୁମାର ରାଉତ, ଭାଗିରଥି ଜେନା, ପ୍ରଫୁଲ୍ଲ କୁମାର ସାହୁ, ଅବନ୍ତୀ ବେହେରା, ଡ. ଚୈତନ୍ୟ ଚରଣ ପରିଡା, ନିହାର ରଞ୍ଜନ ବଳ ଓ ଶରତ କୁମାର ବେହୁରାଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା। ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗରେ ପ୍ରତିଯୋଗିତା ଆସନ୍ତା ନଭେମ୍ବରମାସ ୧୫ତାରିଖରେ ସ୍ଥାନୀୟ ତୁଳସୀ ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ସ୍ଥିର କରାଗଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରବିନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସଂଚାଳନ କମିଟି ଗଠନ କରାଯାଇଥିଲା। ନୂତନ ଭାବରେ ସୁଶିଲ କୁମାର ସାମଲ, ଶରତ କୁମାର ବେହୁରା, ନୃସିଂହ ରାଉତ, ପ୍ରଫୁଲ୍ଲ ସାହୁ ଓ ଅନୁସୟା ଦାସଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଗଲା। ଆସନ୍ତା ନଭେମ୍ବରମାସ ୨୪ତାରିଖ କାର୍ତ୍ତିକ ପୂର୍ଣ୍ଣମା ଦିନ ପ୍ରତ୍ୟୁଷରେ ଜଜାଙ୍ଗ ଆଦର୍ଶ ଜେନା ପୋଖରୀରେ ପ୍ରତିବର୍ଷ ଭଳି ବୋଇତବନ୍ଦାଣ ଅନୁଷ୍ଠିତ ହେବ। ବିଗତ ବର୍ଷମାନଙ୍କ ଭଳି ପୂର୍ବସୁରୀମାନଙ୍କ ନାମରେ ନାମିତ ସ୍ମାରକୀ ସମ୍ମାନ ରାଜ୍ୟ ଓ ଜିଲ୍ଲାର ବିଭିନ୍ନ ବିଦ୍ୱାନ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯିବାକୁ ସ୍ଥିର କରାଗଲା। ଏହି ଅବସରରେ ସମିତିର ମୁଖପତ୍ର ‘ବୋଇତ’ର ଲେଖକ/ଲେଖିକାମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ କାର୍ଯ୍ୟର ତଦାରଖ ପାଇଁ ମୁଖ୍ୟ ଉପଦ୍ଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ଉପରେ ସଭା ଦାୟୀତ୍ୱ ନ୍ୟସ୍ତ କରିଥିଲା। ନୂତନ କର୍ମକର୍ତ୍ତା ମାନେ ଆଗାମୀ ଦିନରେ ବୈଠକ କରି ୨୦୨୬ର କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା। ଅନ୍ୟମାନଙ୍କ ମଧ୍ୟରେ ଉମାଶଙ୍କର ଜେନା, ଶୈଳବାଳା ସାମଲ, ରଣଧିର ଜେନା,ବଂଶୀଧର ମହାନ୍ତି, ଅବଧୂତ ରାଉତ, ପ୍ରେମାନନ୍ଦ ଜେନା ପ୍ରମୁଖ ଶତାଧିକ ସଭ୍ୟ/ସଭ୍ୟା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


