ବାଙ୍ଗାଲୋରରେ ଗଜପତିର ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ନିଜ ଭିଟାମିଟି ଛାଡି ଗତ 7 ବର୍ଷ ତଳେ ପରିବାର ପରିପୋଷଣ ପାଇଁ ଦାଦନ ଶ୍ରମିକ ଭାବେ ବାଙ୍ଗାଲୋର ଯାଇଥିଲେ ଶୋଭିତ ବିରୋ. ଗତକାଲି ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବାଙ୍ଗାଲୋର ଠାରୁ ମୃତ ଦାଦନ ଶ୍ରମିକଙ୍କ ଶବକୁ ଫେରାଇ ଆଣିବା ପାଇଁ ତାଙ୍କ ଗ୍ରାମର ଗ୍ରାମବାସୀମାନେ ସରକାରଙ୍କୁ ନିବେଦନ କରିଛନ୍ତି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଳିଗଡ଼ ଗ୍ରାମର ଶୋଭିତ ବିରୋ ଗତ 7 ବର୍ଷ ତଳେ ଦାଦନ ଶ୍ରମିକ ଭାବେ ବାଙ୍ଗାଲୋର ଯାଇ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ. ଗତ ସୋମବାର ଦିନ ତାଙ୍କର ଦେହ ଅସୁସ୍ଥ ହୋଇପଡିବାରୁ ଚିକିତ୍ସା ପାଇଁ ବାଙ୍ଗାଲୋର ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଗତକାଲି ମଙ୍ଗଳଵାର ଦିନ ହୃଦଘାତରେ ସେଠାରେ ତାଙ୍କର ମୃତ ଘଟିଛି। ଏହି ଖବର ଗଜପତିରେ ଥିବା ତାଙ୍କ ଗ୍ରାମ ଛେଳିଗଡ଼ ଗ୍ରାମରେ ଜଣା ପଡିବା ପରେ ଗଭୀର ଶୋକ ପ୍ରକାଶ ପାଇଛି। ମୃତ ଶ୍ରମିକ ଜଣକ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ଶବକୁ ତାଙ୍କ ନିଜ ଗ୍ରାମ ଛେଳିଗଡ଼ ଗ୍ରାମକୁ ଆଣିବା ପାଇଁ ସରକାର ବ୍ୟବସ୍ଥା କରନ୍ତୁ ବୋଲି ଗ୍ରାମବାସୀ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ