କୋମନା ବ୍ଲକ ଜେଠୁପାଲି ଗ୍ରାମରେ ଜୁଆ ଆଡ୍ଡା ଚଢାଉ
ବୋଡେ଼ନ (ଡୋଲେଶ୍ୱର ବାଗ):ନୂଆପଡ଼ା କୋମନା ବ୍ଲକ ଜେଠୁପାଲି ଗ୍ରାମରେ ଏକ ଜୁଆଆଡ୍ଡା ଚଢାଉ କରିଛନ୍ତି। ବହୁ ଦିନ ରୁ ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ଜୁଆ ଆଡ୍ଡା ସକ୍ରିୟ ହୋଇ ଯୁବ ଗୋଷ୍ଠୀ ଏହାର ଖରାବ ପ୍ରଭାବ ରେ ପଡ଼ି ଯାଉଛନ୍ତି। ବିଶେଷ ସୂତ୍ରରୁ ଖବର ପାଇ କୋମନା ପୋଲିସ ଜେଠୁପାଲି ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲେ। ସେଠାରୁ ନଗଦ ୪୮,୨୨୫/- ଟଙ୍କା ଜବତ,୧୬ ଗୋଟି ମୋବାଇଲ୍, ୧୨ ଗୋଟି ଯାନବାହାନ,୨୩ ଯୁଆଡି ଗିରଫ କରିଛନ୍ତି। କୋମନା ଥାନା ରେ ଏକ ମାମଲା ୯୬/୨୨.୦୪.୨୦୨୫ ରେ ରୁଜୁ କରିଥିଲେ। ନୂଆପଡ଼ା ଏସ ପି ଜିଆର ରାଘବେନ୍ଦ୍ର ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି। ଆଗାମୀ ଦିନରେ ପୋଲିସ ବ୍ୟାପକ ରୂପେ ପଦକ୍ଷେପ ନେବା ସହ ଜୁଆ ଖେଳ କୁ ନୂଆପଡ଼ା ରୁ ଉଚ୍ଛେଦ ପାଇଁ ପ୍ରଚେଷ୍ଟା କରିବ।