ନିରଞ୍ଜନ ନଗରରେ ଗଣେଶ ମେଢ ଭସାଣି ମହୋତ୍ସବ

ଆସିକା (ୱାଇଏନ୍‍ଏସ୍‍) : ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଗଳିକନ୍ଦି ଠାରୁ ଆରମ୍ଭ କରି ମୁଖ୍ୟରାସ୍ତା ପର୍ଯ୍ୟନ୍ତ ବିଭିନ୍ନ ପୂଜାମଣ୍ଡପରେ ଗତ ୧୪ ତାରିଖ ସୋମବାର ଠାରୁ ଧରାବତରଣ କରି ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କୁ ଦର୍ଶନ ଦେଇ ପୂଜା ପାଇଆସୁଥିବା ଅଗ୍ରପୂଜ୍ୟ ପାର୍ବତୀ ନନ୍ଦନଙ୍କ ବିସର୍ଜନ ଶୋଭାଯାତ୍ରା ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଜାରି ରହିଛି । ଜୟ ଗଣେଶ ଜୟ ଗଣେଶ ଦେବା, ଗଣପତି ବାବା ମୋରିଆ ଗୀତରେ ରାସ୍ତାଘାଟ ପ୍ରକମ୍ପିତ ହୋଇପଡୁଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ସାହିବସ୍ତିରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଦୀର୍ଘ ୪ ଦିନର ଅଭ୍ୟର୍ଥନାର ଅନ୍ତ ଘଟାଇ ଭକ୍ତଙ୍କ ଗହଣରୁ ବିଦାୟ ନେଇଛନ୍ତି କୃଷ୍ଣସିଂହ ପାଠାଗାରର ପୂଜାମଣ୍ଡପରେ ବିରାଜିଥିବା ପ୍ରଭୂ ବିଘ୍ନ ବିନାଶକ । ଆସିକା ପୌର ପରିଷଦ ଅଧୀନସ୍ଥ ୧୪ ନମ୍ବର ୱାର୍ଡର ନିରଂଜନ ନଗର ସ୍ଥିତ କୃଷ୍ଣସିଂହ ପାଠାଗାର ଗଣେଶ ପୂଜା କମିଟି ପକ୍ଷରୁ ପାର୍ବତୀ ନନ୍ଦନଙ୍କ ମୂର୍ତ୍ତି ଓ ମେଢ ଭସାଣି କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଯାଇଛି । ଡିଜେ ସାଉଣ୍ଡ ସାଙ୍ଗକୁ ନାଚଗୀତର ରୋଷଣିରେ ପ୍ରଭୁ ଗଜାନନଙ୍କୁ ମେଲାଣି ଦେଇଛନ୍ତି ଶ୍ରଦ୍ଧାଳୁ ଭକ୍ତ । କୃଷ୍ଣସିଂହ ପାଠାଗାର ପରିଚାଳନା କମିଟିର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ସୁଧାଂଶୁ କୁମାର ପଣ୍ଡା, ପୂର୍ବତନ ସଂପାଦକ ବରିଷ୍ଠ ଆଇନଜୀବୀ ଦେବୀ ପ୍ରସାଦ ରଥ, ସଭାପତି ତଥା ଆଇନଜୀବୀ କେ.ବ୍ରହ୍ମାନନ୍ଦ ରାଓ, ଉପସଭାପତି ଏମ୍‍.ତାରିଣୀ ସେନାପତି, କୋଷାଧ୍ୟକ୍ଷ ତଥା ସାମ୍ବାଦିକ ସରୋଜ କୁମାର ଦାଶ, କମିଟିର ସକ୍ରିୟ ସଦସ୍ୟ ଦଣ୍ଡପାଣି ବେହେରା, ପ୍ରଭାକର ବେହେରା, ରବିନ୍ଦ୍ର ବେହେରା, ଅଜିତ୍‍ କୁମାର ଦାଶ, ଏଲ୍‍.ପ୍ରସାଦ ଆଚାରୀ, ଏମ୍‍.ମୁରଲି ରାଓ, ବାବୁ ରାଓ, ଜି.ସୂର୍ଯ୍ୟପ୍ରକାଶ ରାଓ, ଏମ୍‍.ସାଇ ରାଓ, ମଣ୍ଟୁ ବେହେରା, ପି.ରାମୁ ଆଚାରୀ, ଏମ୍‍.କ୍ରିଷ୍ଣା, ଏମ୍‍.ସତୀଶ୍‍, ଏନ୍‍.କାମେଶ୍ୱର ଆଚାରୀ, ଏମ୍‍.ସାଇ ରାଓ, କେଭି.ମୁରଲୀକ୍ରିଷ୍ଣା ରାଓ, ଏ.ସିଦ୍ଧେଶ୍‍, ଏସ୍‍.ବରୁଣ ଆଚାରୀ, ଜେ.ସୁବ୍ରତ ଆଚାରୀ, ଗୌରବ ଆଚାରୀ, ସିମାଞ୍ଚଳ ରାଓଙ୍କ ସମେତ ଆଗ୍ରହୀ ଯୁବପିଢୀ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ସକ୍ରିୟ ସହଯୋଗ ଓ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ନିରଂଜନ ନଗରର କୃଷ୍ଣସିଂହ ପାଠାଗାରରେ ପୂଜା ପାଇଆସୁଥିବା ଅଗ୍ରପୂଜ୍ୟ ବିଘ୍ନ ବିନାଶକଙ୍କ ଭସାଣି ଉତ୍ସବ ଏକ ଭାବପୂର୍ଣ୍ଣ ପରିବେଶ ଅନୁଷ୍ଠିତ ହୋଇଯାଇଛି । ପାର୍ବତୀ ନନ୍ଦନଙ୍କ ଧରାପୃଷ୍ଠକୁ ଅବତରଣ ପୂର୍ବରୁ ଯୁବଗୋଷ୍ଠୀ ଓ ଶ୍ରଦ୍ଧାଳୁ ଭକ୍ତମାନେ ଯେତିକି ବ୍ୟାକୁଳ ଓ ଉତ୍ସାହିତ ଥିଲେ ମେଲାଣି ସମୟରେ ସେତିକି ଭାବବିହ୍ୱଳ ହୋଇପଡିଥିବା ଦେଖିବାକୁ ମିଳିଥିଲା । କାରଣ ଅଗ୍ରପୂଜ୍ୟଙ୍କ ଧରାପୃଷ୍ଠକୁ ଆଗମନ ପୂର୍ବରୁ ପୁଣି ଏକ ବର୍ଷ ଅପେକ୍ଷା କରିବାକୁ ପଡିବ । ଶ୍ରଦ୍ଧାଳୁ ଭକ୍ତଙ୍କୁ ଦର୍ଶନ ତଥା ଆଶୀର୍ବାଦ ପ୍ରଦାନ କରି ବିଘ୍ନ ବିନାଶକ ଧରାପୃଷ୍ଠରୁ ବିଦାୟ ନେଇଥିବା ଜଣାପଡିଛି । ଆସିକା ପୌର ପରିଷଦ ଅଧୀନସ୍ଥ ୧୪ ନମ୍ବର ୱାର୍ଡର ନିରଂଜନ ନଗରରେ ୧୯୧୬ ମସିହାରେ ସ୍ଥାପିତ ହୋଇଥିବା କୃଷ୍ଣସିଂହ ପାଠାଗାର ପକ୍ଷରୁ ପାଳିତ ହୋଇଥିବା ପାର୍ବତୀ ନନ୍ଦନଙ୍କ ଭସାଣୀ ଉତ୍ସବ ଏକ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ବେଳେ ବିଦ୍ୱାନ ପଣ୍ଡିତ ରତ୍ନାକର ଦାଶଙ୍କ ମନ୍ତ୍ରୋଚାରଣରେ ସ୍ଥାନୀୟ ଅଂଚଳ ପ୍ରକମ୍ପିତ ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ