ଉଲ୍ଲାସ-ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ

ଆସିକା  (ୱାଇଏନ୍‍ଏସ୍‍) ଶିକ୍ଷାର ଆଲୋକ ସଂପୁର୍ଣ୍ଣ ରୂପେ ପୂର୍ଣ୍ଣମାତ୍ରାରେ ଦେଖିନଥିବା ପୌଢ ବିଦ୍ୟାର୍ଥୀଙ୍କ ଜ୍ଞାନ ପରୀକ୍ଷା ଆସନ୍ତାକାଲି ଅର୍ଥାତ୍‍ ରବିବାର ଅନୁଷ୍ଠିତ ହେବ । କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଗଞ୍ଜାମ ଜିଲ୍ଲାଶିକ୍ଷା ବିଭାଗର ପରାମର୍ଶକ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଳଷ୍ଟର ଅଧୀନସ୍ଥ ବିଦ୍ୟାଳୟ ଗୁଡିକରେ ପ୍ରାୟ ୬ ହଜାରରୁ ଉର୍ଦ୍ଧ୍ୱ ପୌଢ ବିଦ୍ୟାର୍ଥୀ ଏହି ପରୀକ୍ଷା ଦେବେ ବୋଲି ଜଣାପଡିଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ୍‍ କୁମାର ପାଢୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭଂଜ ବେହେରାଙ୍କ ସମେତ ଶିକ୍ଷାବିଭାଗର ବହୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଏବଂ ଶିକ୍ଷକମାନେ ଏହି ଉଲ୍ଲାସ-ନବଭାରତ ସାକ୍ଷରତା କାର୍ଯ୍ୟକ୍ରମକୁ ସଫଳତାର ସହ ସଂପନ୍ନ କରିବା ଲାଗି ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି । ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଉଲ୍ଲାସ-ନବଭାରତ ସାକ୍ଷରତା ପରୀକ୍ଷାରେ ପଞ୍ଜିକରଣ କରିଥିବା ପୌର ବିଦ୍ୟାର୍ଥୀମାନେ କେତେ ସ୍ୱାକ୍ଷର ହୋଇପାରିଛନ୍ତି ତାହା ଜଣାପଡିବ । ଉଲ୍ଲାସ-ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ଫାଉଣ୍ଡେସନାଲ୍‍ ଆଣ୍ଡ୍‍ ନିୁ୍ୟମେରିକ୍‍ ଆସେସ୍‍ମେଣ୍ଟ ଟେଷ୍ଟ-୨୦୨୬ର ଏହି ପରୀକ୍ଷାର ସୁପରିଚାଳନା ପାଇଁ ଶିକ୍ଷାବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି । ପୌଢଶିକ୍ଷା ଲକ୍ଷ୍ୟ ହାସଲ ଓ ସମସ୍ତଙ୍କୁ ଶିକ୍ଷିତ କରିବା ଅଭିଯାନକୁ ସଫଳ କରିବା ପାଇଁ ଆସିକା ଶିକ୍ଷା ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ଶିକ୍ଷାରୁ ବଞ୍ଚିତ (୧୫ ବର୍ଷରୁ ଉର୍ଦ୍ଧ୍ୱ)କୁ ପାଠଶାଳାକୁ ଆଣିବାକୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି । କେନ୍ଦ୍ର ସରକାରଙ୍କ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ତଥା ଉଲ୍ଲାସ ଯୋଜନା ଜରିଆରେ ନିରକ୍ଷରତା ଲୋପ ପାଇଁ ୨୦୨୨ ମସିହାରେ ଏହି ଅଭିଯାନ ଆରମ୍ଭ ହୋଇଥିଲା ଯାହା ଆସନ୍ତା ୨୦୨୭ ମସିହାରେ ଶେଷ ହେବ । ବାଲ୍ୟ ସମୟରୁ ଶିକ୍ଷା ଅଧିକାରରୁ ସଂପୁର୍ଣ୍ଣ ରୂପେ ବଞ୍ଚିତ ହେଉଥିବା ପୌଢମାନଙ୍କୁ ସାକ୍ଷର କରିବା ଓ ସେମାନଙ୍କ ଦକ୍ଷତା ବୃଦ୍ଧି କରି ଜୀବନଶୈଳୀକୁ ଉନ୍ନତ କରିବା ଏବଂ ଉଚ୍ଚଶିକ୍ଷା ହାସଲ ନିମନ୍ତେ ପ୍ରୋତ୍ସାହିତ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ହୋଇଥିବା ବେଳେ ଏହାକୁ ସଫଳ ପାଇଁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ୍‍ କୁମାର ପାଢୀଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ ଶିକ୍ଷା ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ