ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବୁଗୁଡା ବ୍ଲକ ପରିଦର୍ଶନ
ବୁଗୁଡା, (ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଅଜୟ କୁମାର ପାତ୍ର ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ନଭେମ୍ବର ୧୬ ତାରିଖ ଦିନ ପରିଦର୍ଶନରେ ଆସି ବୁଦ୍ଧଗିରି ବିଦ୍ୟାପୀଠ ଛାତ୍ରାବାସ ପରିଦର୍ଶନ ସହ ରାମଣ୍ଡା ଓ ତାଳସାକର କ୍ଲଷ୍ଟରର ୬ ବର୍ଷରୁ ୧୮ ବର୍ଷ ବୟସ ମଧ୍ୟରେ ପାଠପଢ଼ା ଛାଡିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ଘରକୁ ଘର ଯାଇ ବୁଝାଇଥିଲେ। ତାଳସାକର କ୍ଲଷ୍ଟରରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପାତ୍ର ଓ ବୁଗୁଡା ବିଇଓ ଚିନ୍ମୟ ମହାପାତ୍ରଙ୍କ ସହିତ ତାଳସାକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସେଠୀ, ତାଳସାକର କ୍ଲଷ୍ଟର ସିଆରସିସି ଦିଲ୍ଲୀପ କୁମାର ବେହେରା, ବେଠିଆବୋରଦା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର ବିଶ୍ୱାଳ, ବୁରୁଝୋଳା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରହରି ଗୌଡ, ତାଳସାକର ହାଇ ସ୍କୁଲ ଖେଳ ଶିକ୍ଷକ ଭଞ୍ଜ କିଶୋର ଗୌଡ଼ା ଓ ସହକାରୀ ଶିକ୍ଷକ ଗୋପୀନାଥ ଭୋଇ ପାଠ ପଢା ଛାଡିଥିବା ଛାତ୍ରଛାତ୍ରୀଙ୍କ ନିକଟକୁ ଯାଇ ସେମାନଙ୍କୁ ରାଜ୍ୟ ସ୍ତରରେ ମୁକ୍ତ ବିଦ୍ୟାଳୟ ପ୍ରଦାନ କରୁଥିବା ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲିଂ (ଏସଆଇଓଏସ) ରେ ପଢି ଉଚ୍ଚ ଶିକ୍ଷା ଲାଭ କରିବାକୁ ଓ ଆଇଟିଆଇ ଶିକ୍ଷା ଲାଭ କରିବାକୁ ବୁଝାଇ ସଫଳ ହୋଇଥିଲେ।


