ପୁରାତନ ଛାତ୍ର ସଂସଦର ସାଧାରଣ ବୈଠକ
କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ବାର୍ଷିକ ସାଧାରଣ ବୈଠକ ରବିବାର ପୂର୍ବାହ୍ନରେ ମହାବିଦ୍ୟାଳୟର ଗାନ୍ଧୀଭବନରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ତଥା ପୁରାତନ ଛାତ୍ର ଗଣେଶ୍ୱର ବେହେରା ମୁଖ୍ୟଅତିଥି, ପୁରାତନ ଛାତ୍ର ତଥା ବରିଷ୍ଠ ସାମ୍ବାଦିକ ସନ୍ଦିପ ସାହୁ ମୁଖ୍ୟବକ୍ତା ଓ ପୈାରାଧ୍ୟକ୍ଷା ତଥା ପୁରାତନ ଛାତ୍ରୀ ସରିତା ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଅଧ୍ୟାପକ ସୁବ୍ରତ କୁମାର ସାମଲ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ସମ୍ପାଦକ ଡ. ବିଧୁଭୂଷଣ ଦାଶ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପକ ପ୍ରମୋଦ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପୁରାତନ ଛାତ୍ର ସଂସଦର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଂସଦର ସଭାପତି ଭାବେ ପ୍ରାଧ୍ୟାପକ ଦୁର୍ଯ୍ୟୋଧନ ପରିଡା, ଉପସଭାପତି ଭାବେ ଅଧ୍ୟାପକ ପ୍ରଦୀପ୍ତ କିଶୋର ଦାଶ, ତ୍ରୈଲୋକ୍ୟନାଥ ସାମଲ, ବିଶ୍ୱଜିତ ଦାସ, ସମ୍ପାଦକ ଭାବେ ଅଧ୍ୟାପକ ପ୍ରମୋଦ କୁମାର ଦାସ, ଯୁଗ୍ମସମ୍ପାଦକ ଭାବେ ସ୍ମୃତିରଞ୍ଜନ ଜେନା, ପ୍ରତାପ ଚନ୍ଦ୍ର ମହାନ୍ତି ଓ ସୀମା ମହାନ୍ତି, କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ଡ. ବିଧୁଭୂଷଣ ଦାସ,ଚିତ୍ତରଞ୍ଜନ ଦାସ, ଡ. ରଶ୍ମୀ କର, ଡ. କଳ୍ପନା ମଲ୍ଲିକ, ଶୁଭଙ୍କର ନାୟକ, ଡ. ରତ୍ନମଞ୍ଜରୀ ଦାଶ, ଶରତ ସିଂ, ରାଜେଶ ନାୟକ, ବିଶ୍ୱନାଥ ଆଚାର୍ଯ୍ୟ, ଅଧ୍ୟାପକ ସୁବ୍ରତ ସାମଲ, ସେକ ସମସୁର ଅଲ୍ଲୀ ଓ ଅଧ୍ୟାପକ ଗୋଲଖ ମହାଭୋଇଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା। ସେହିଭଳି ସଂସଦର ଉପଦେଷ୍ଟା ଭାବରେ ପ୍ରାଧ୍ୟାପକ ନନ୍ଦକିଶୋର ପରିଡା, ଡ. ବିନ୍ଦୁମିତ୍ର ବଳ, ଡ. ଅମୀୟ କୁମାର ମହାନ୍ତି ଓ ଅଜୟ କୁମାର ସାମଲଙ୍କୁ ଚୟନ କରାଯାଇଥିଲା। ସଂସଦର ନବନିର୍ବାଚିତ କାର୍ଯ୍ୟକାରୀ କମିଟି ମହାବିଦ୍ୟାଳୟର ବିକାଶ ତଥା ସୁରକ୍ଷା ପାଇଁ ସଙ୍କଳ୍ପବଦ୍ଧ ବୋଲି ସଭାପତି ପ୍ରାଧ୍ୟାପକ ଦୁର୍ଯ୍ୟୋଧନ ପରିଡା କହିବା ସହିତ ମହାବିଦ୍ୟାଳୟର ଜମି ସୁରକ୍ଷାକୁ ନବଗଠିତ ସଂସଦ ପ୍ରାଧାନ୍ୟ ଦେବ ବୋଲି ସେ କହିଛନ୍ତି।