ଘୋଡ଼ାଂଶ ମା’ ଶ୍ୟାମାକାଳୀ ପୂଜା କମିଟିର ୫୪ ବର୍ଷ ପୂର୍ତ୍ତି ପାଳନ
ନାଉଗାଁ ,(ପ୍ରଦୋଷ ମହାନ୍ତି) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଘୋଡ଼ାଂଶ ଗ୍ରାମରେ ମା’ ଶ୍ୟାମାକାଳୀଙ୍କ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଚଳିତ ବର୍ଷ ଏହି ପୂଜା ୫୪ ବର୍ଷରେ ପଦାର୍ପଣ କରିଛି। ଦୀର୍ଘ ୫୪ ବର୍ଷ ଧରି ପାରମ୍ପରିକ ରୀତିନୀତି ଅନୁଯାୟୀ ଏଠାରେ ମା’ଙ୍କ ପୂଜାର୍ଚ୍ଚନା ହୋଇଆସୁଛି।ଚୈତନ୍ୟ ଚରଣ ମହାନ୍ତି, କ୍ଷେତ୍ରମୋହନ ମହାନ୍ତି, ରବୀନ୍ଦ୍ର ପଟ୍ଟନାୟକ, ଦୁର୍ଯ୍ୟୋଧନ ରାଉତ ଓ ଶିବଚରଣ ରାଉତଙ୍କ ତତ୍ତ୍ୱାବଧାନରେ ଏହି ପୂଜା ଆରମ୍ଭ ହୋଇଥିଲା। ବର୍ତ୍ତମାନ ମୃତ୍ୟୁଞ୍ଜୟ ନାୟକ କର୍ତ୍ତା ଭାବେ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଏହି ପୂଜା ଦୀର୍ଘବର୍ଷ ଧରି ଗ୍ରାମର ଧାର୍ମିକ ପରମ୍ପରା, ଓଡ଼ିଆ ସଂସ୍କୃତି ଓ ସାମାଜିକ ଭାଇଚାରାର ଏକ ନିଆରା ପରିଚୟ ସୃଷ୍ଟି କରିଛି।ପୂଜା ଅବସରରେ ପ୍ରତ୍ୟେକ ସନ୍ଧ୍ୟାରେ କମିଟି ପକ୍ଷରୁ ପାରମ୍ପରିକ ପାଲା, ଭଜନ ଓ ଭାଗବତ କଥାମୃତ ଆଦି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମ ଉପଭୋଗ କରିବା ସହ ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ପାଇବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି।ପୂଜା ଆୟୋଜନରେ କମିଟିର ସୁବ୍ରତ ନାୟକ, ପ୍ରଭାସ ମହାନ୍ତି, ବନୋଜ ମହାନ୍ତି, ଅରବିନ୍ଦ ରାଉତ, ଉପେନ୍ଦ୍ର ରାଉତ, ପବିତ୍ର ନାୟକ, ରମାକାନ୍ତ ନାୟକ, ମାଧବାନନ୍ଦ ନାୟକ, ଗୋରାଚାନ୍ଦ ରାଉତ, ସଚ୍ଚିଦାନନ୍ଦ ରାଉତ, ଦୀପ୍ତିରଞ୍ଜନ ନାୟକ, ପଦ୍ମଚରଣ ମହାନ୍ତି, ପ୍ରବୋଧ ମହାନ୍ତିଙ୍କ ସମେତ ଗ୍ରାମବାସୀ ସହଯୋଗ କରୁଛନ୍ତି। ଆସନ୍ତା ୧୫ ତାରିଖ ରବିବାର ଦିନ ମା’ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।


