ସଡକ ଦୁର୍ଘଟଣାରେ ବାପା ମୃତ, ପୁଅ ଗୁରୁତର
ବାଲେଶ୍ବର(ସରୋଜ ପଣ୍ଡା): ଆଜି ବାଲେଶ୍ଵର ୬୦ ନମ୍ବର ଜାତୀୟ ରାଜପଥ ରୂପସା ମିରିଗିମୁଣ୍ଡି ଯୁକନଣ୍ଡି ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ବାପା ମୃତ, ପୁଅ ଗୁରୁତର ହୋଇଛନ୍ତି।ସୂଚନା ଥାଉକି, OD-O1Q-6819 ନମ୍ବର ଏକ ବୁଲେଟ ବାଇକ ରେ ବାପାଙ୍କୁ ବସାଇ ପୁଅ 60 ନମ୍ୱର ଜାତୀୟ ରାଜପଥ ରେ ଯାଉଥିଲେ।ରୂପସା ମିରିଗିମୁଣ୍ଡି ଯୁକନଣ୍ଡି ଠାରେ ଏକ କଣ୍ଟେନର ବୁଲେଟ୍ କୁ ଧକ୍କା ଦେଇଥିଲା।ଏହି ଧକ୍କାରେ ବୁଲେଟ୍ ପଛରେ ବସିଥିବା ବାପାର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବୁଲେଟ୍ ଚାଳକ ଗୁରୁତର ହୋଇଥିଲେ।ମୃତକ ହେଲେ ଅରବିନ୍ଦ ମୁଦୁଲି ଓ ବୁଲେଟ୍ ଚାଳକ ହେଲେ ପୁଅ ଅଭିଷେକ ମୁଦୁଲି ସେମାନଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର ବୋଲି ତାଙ୍କ ନିକଟରୁ ମିଳିଥିବା ଆଧାର କାର୍ଡ ରୁ ଜଣାପଡ଼ିଛି।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଗୁରୁତର ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।


