ଗୋ ସମ୍ମାନ ଆହ୍ୱାନ ଅଭିଯାନ

ଗୋପ (ଓ୍ବାଇଏନଏସ): ଦେଶବ୍ୟାପି “ଗୋ ସମ୍ମାନ ଆହ୍ୱାନ ଅଭିଯାନ” କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଗୋପରେ ଗୋ ସୁରକ୍ଷା ନେଇ ଆବେଦନ ପ‌ତ୍ର ସମର୍ପଣ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସମସ୍ତ କ୍ଷେତ୍ରବାସୀ ଗୋ ଭକ୍ତ ସନ୍ଥ ସମାଜ ଏବଂ ସଚେତନ ନାଗରିକ, ଗୋ ସମ୍ମାନ ଆହ୍ୱାନ ଅଭିଯାନ ମାଧମରେ ଭାରତର ସମ୍ପୂର୍ଣ ଦେଶୀ ଗୋବଂଶ ଙ୍କୁ ସେବା ସୁରକ୍ଷା ସମ୍ମାନ ଏବଂ ସାମ୍ବିଧାନିକ ମାନ୍ୟତା ପ୍ରଦାନ ପାଇଁ ମହାମହୀମ ରାଷ୍ଟ୍ରପତି ମହୋଦୟା , ମାନ୍ୟବର ପ୍ରଧାନମନ୍ତ୍ରୀ ମହୋଦୟ, ମହାମହୀମ ରାଜ୍ୟପାଳ ମହୋଦୟ ଏବଂ ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ବିସ୍ତୃତ ଆବେଦନ ପତ୍ର ତହସିଲ ପ୍ରଶାସନ ଜରିଆରେ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୋପ ବ୍ଲକ ଅର୍ନ୍ତଗତ ଗୋ ସେବକ ମାନେ ମିଳିତ ହୋଇ ଗୋପ ଆଖଣ୍ଡଳେଶ୍ୱର ମନ୍ଦିରରୁ ଶୋଭାଯାତ୍ରାରେ ବାହାରି ତହସିଲରେ ପହଞ୍ଚି ପ୍ରଶାସନକୁ ପ୍ରଦାନ କରିଥିଲେ। ଏଥିରେ ସ୍ବାମୀ କ୍ରିଷ୍ଣାନନ୍ଦ ମହାରାଜ, ସ୍ବାମୀ ପ୍ରଶାନ୍ତ ଗିରି ମହାରାଜ, ସମ୍ପଦ କୁମାର ଜେନା, ସନ୍ତୋଷ ଭୋଳ, ଶରତ ବେହେରାଙ୍କ ସହ ଶତାଧିକ ଗୋ ପ୍ରେମୀ ମାନେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ