ଦୁଇ ପରିବାର ମଧ୍ୟରେ ଗଣ୍ଡଗାେଳ: ବାପ-ପୁଅ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଳକ ଜକର ଗ୍ରାମରେ ଗତ ଶୁକ୍ରବାର ରାତିରେ ପାରିବାରିକ ହିଂସା ର ଦୁଇ ପରିବାର ର ୬ ଜଣ ଆହାତ ହୋଇଥିଲେ।ଆକ୍ରମଣ – ପ୍ରତି ଆକ୍ରମଣ କୁ ନେଇ କେ . ନୂଆଗାଁ ଥାନାରେ ପୃଥକ ମକଦ୍ଦମା ରୁଜୁ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରି ସୋମବାର  ଜକର ଗ୍ରାମର ତଳ ସାହିର ଅଭିଯୁକ୍ତ ଘନ ଗୌଡ଼ ଓ ତାଙ୍କ ପୁଅ କିରଣ ଗୌଡ଼ ଙ୍କୁ ଗିରଫ କରି ଥାନା ମାମଲା ନଂ. ୧୦୭/୨୬ ଅନୁଯାୟୀ ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।  ଜାମିନ ଆବେଦନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗ୍ରାମର ଘନ ଗୌଡ଼ ଙ୍କ ଝିଅ ଲିଜା  ଙ୍କ ସହ ନୂଆସାହିର ଟୁଟୁ ଗୌଡ଼ ଙ୍କ ପୁଅ ରବିନ୍ଦ୍ର ବିବାହ କରିଥିଲେ । ବୈବାହିକ ଜୀବନ କିଛିଦିନ ସୁଖଶାନ୍ତିରେ ଚାଲିଥିଲା । ପରବର୍ତ୍ତୀ ସମୟରେ ସ୍ବାମୀ ଓ ଶଶୁର ଘର ଲୋକଙ୍କ ନିର୍ଯ୍ୟାତନା ସହି ନପାରି ଲିଜା ଗତ ୪ ମାସ ପୂର୍ବେ ବାପା ଘରକୁ ଚାଲି ଆସିଥିଲେ । ଉଭୟ ପରିବାର ଟ୍ରାକ୍ଟର ରଖି ବାଲି , ପଥର ବ୍ୟବସାୟ କରୁଥିବା ଗତ କିଛିଦିନ ତଳେ ବାହୁଦା ନଦୀରୁ ବାଲି ଉଠାଣକୁ ନେଇ ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରବର୍ତ୍ତୀ ସମୟରେ ଶୁକ୍ରବାର ରାତିରେ ଏହା ଉଗ୍ରରୂପ ନେଇଥିଲା।  ଘନ ଓ ତାଙ୍କ ପୁଅ କିରଣ ଙ୍କ ସମେତ ଅନ୍ୟ ଗାଁ ର କିଛି ଯୁବକ ୨ ଟି ବାଇକରେ ଟୁଟୁଙ୍କ ଘରକୁ ଆସି ଗଣ୍ଡଗୋଳ କରିବା ସହ  ତାଙ୍କ ଦୁଇପୁଅ ରବିନ୍ଦ୍ର ଓ ସୁନୀଲ ଏବଂ ବଡଭାଇ ବାବୁ ଗୈାଡଙ୍କୁ ଆକ୍ରମଣ କରିଥିଲେ । ପ୍ରତିବାଦରେ ଟୁଟୁଙ୍କ ପରିବାର ମଧ୍ୟ ଘନ ଓ ତାଙ୍କ ପୁଅ କିରଣ ଙ୍କୁ ଘାତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ଓ ପ୍ରତି ଆକ୍ରମଣରେ ଟୁଟୁ ଙ୍କ ସମେତ ତାଙ୍କ ବଡ଼ଭାଇ ବାବୁ , ଦୁଇପୁଅ ରବିନ୍ଦ୍ର ଓ ସୁନୀଲ ଏବଂ ଅପରପକ୍ଷର ଲିଜା ଙ୍କ ବାପା ଘନ ଓ ଭାଇ କିରଣ ଆହତ ହୋଇଥିଲେ । ଘଟଣାପରେ ଖବରପାଇ କେ.ନୂଆଗାଁ ପୋଲିସ ଟିମ୍  ଗ୍ରାମରେ ପହଞ୍ଚି ତଦନ୍ତ କରିବା ସହ  ସମସ୍ତ ଆହତଙ୍କୁ ନିକଟସ୍ଥ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ । ସେଠାରୁ ଚିକିତ୍ସା ହୋଇ ଫେରିବା ପରେ  ଉଭୟ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା।ପୋଲିସ ପୃଥକ ମକଦ୍ଦମା ରୁଜୁ କରିଥିଲେ।  ଟୁଟୁଙ୍କ ସ୍ତ୍ରୀ ସରସ୍ଵତୀ ଗୌଡ଼ଙ୍କ ଏତଲା କ୍ରମେ ରୁଜୁ କରାଯାଇଥିବା ମକଦ୍ଦମାରେ ସମ୍ପୃକ୍ତ  ଉଭୟ ବାପା ପୁଅ ଙ୍କୁ ତଦନ୍ତକାରୀ ଅଧିକାରୀ ଆଇଆଇସି ବିଶ୍ୱଜିତ ନାୟକ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ