ସେରଙ୍ଗ ଥାନା ଅଞ୍ଚଳରେ 2 ଲକ୍ଷରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ଚୋରି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଗଜପତି ଜିଲ୍ଲାର ସେରଙ୍ଗ ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସେରଙ୍ଗ ଖ୍ରୀଷ୍ଟିଆନ ସାହିରେ ଘରେ କେହି ନଥିବାର ସୁଯୋଗ ନେଇ କବାଟ ଭାଙ୍ଗି 2 ଲକ୍ଷ ଟଙ୍କାରୁ ଉର୍ଦ୍ଧ ସାମଗ୍ରୀ ପୁଣି ଚୋରି ଘଟିଥିବା ସୂଚନା ମିଳିଛି. ଗଜପତି ଜିଲ୍ଲା ସେରଙ୍ଗ ଗ୍ରାମର ଖ୍ରୀଷ୍ଟିଆନ୍ ସାହିରେ ଜ୍ୟୋତିର୍ମୟ ଜେମସ୍ଙ୍କ ଘରୁ ଦୁଇ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ସେରାଙ୍ଗ ଥାନାରେ ହୋଇଛି। ଏଭଳିକି ଦୁର୍ବୃତ୍ତମାନେ ଘରେ ଥିବା କମ୍ପ୍ୟୁଟର, ପ୍ରିଣ୍ଟର, ପ୍ରୋଜେକ୍ଟର, ଗ୍ୟାସ୍ ସିଲିଣ୍ଡର ସହ ଜମିଜମାର ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ମଧ୍ୟ ଚୋରି କରି ନେଇ ଯାଇଥିବା ଅଭିଯୋଗ ହୋଇଛି. ଜ୍ୟୋତିର୍ମୟ ନିଜ ପିଲାମାନଙ୍କ ପାଠପଢ଼ା ପାଇଁ ପରିବାର ସହ ଜୟପୁରରେ ରହୁଛନ୍ତି। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଙ୍କ ଘରର ପ୍ଲାଇ କବାଟ ଭାଙ୍ଗି ଘର ଭିତରେ ପ୍ରବେଶ କରି ଏହି ଚୋରି କରିଥିଲେ | ଅଭିଯୋଗ ପାଇବା ପରେ ଗତକାଲି ସେରଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।


