ଗ୍ରାମପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ସାଧାରଣ ଲୋକଙ୍କ ଅଭିଯୋଗ ଗୁଡିକର ଶୀଘ୍ର ସମାଧାନ ଓ ଶାସନ ସେବାକୁ ଗ୍ରାମସ୍ତରରେ ସୁଦୃଢ଼ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତା ୧୧. ୦୩. ୨୦୨୬ (ବୁଧବାର) ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଲୋକେ ନିଜର ଅଭିଯୋଗ ଗୁଡିକୁ ସିଧାସଳଖ ପ୍ରଶାସନ ସମ୍ମୁଖରେ ଉପସ୍ଥାପନ କରିପାରିବେ ଓ ବିଭିନ୍ନ ସରକାରୀ ଯୋଜନା ତଥା ସେବା ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇପାରିବେ। ଏଠାରେ ସୂଚନା ଯୋଗ୍ୟ ଯେ ଆଳି ବ୍ଲକର ପଦାନିପାଳ, ରାଜନଗର ବ୍ଲକର ତାଳଚୁଆ, ରାଜକନିକା ବ୍ଲକର କଣ୍ଟାପଡ଼ା,ପଟ୍ଟାମୁଣ୍ଡାଇ ବ୍ଲକର ପେଣ୍ଠପାଳ,ମହାକାଳପଡ଼ା ବ୍ଲକର ସୁନିତି, ମାର୍ଶାଘାଇ ବ୍ଲକର ଦସିପୁର, ଗରଦପୁର ବ୍ଲକର ପଦ୍ମପୁର, ଡେରାବିଶ ବ୍ଲକର ବାରିମୂଳ, କେନ୍ଦ୍ରାପଡ଼ା ବ୍ଲକର କୁତରଙ୍ଗ ପଞ୍ଚାୟତରେ ଅନୁଷ୍ଠିତ ହେବ ଉକ୍ତ କାର୍ଯ୍ୟକ୍ରମରେ ସମ୍ପର୍କିତ ବ୍ଲକ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣି ତାହାର ଆବଶ୍ୟକ ସମାଧାନ କରିବେ। ତେଣୁ ଏସମ୍ପର୍କରେ ଗ୍ରାମ ପଞ୍ଚାୟତର ସାଧାରଣ ଜନତାଙ୍କୁ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ନିଜର ଅଭିଯୋଗ ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ