ଜାପାନରେ ଓଡ଼ିଶୀ ନୃତ୍ୟରେ ଖ୍ୟାତି ଅର୍ଜନ କରିଥିବା ତନିଷା ବେବର୍ତ୍ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରର  ତନିଷା ବେବର୍ତ୍ତା ଜାପାନରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଖ୍ୟାତି ଅର୍ଜନ କରିଛନ୍ତି.ସେ ପାରଳାଖେମୁଣ୍ଡିରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଛି. ସୁଦୂର ଜାପାନ୍‌ରେ ଦୀର୍ଘ ୧୦ ଦିନ ଓଡ଼ିଶୀ ନୃତ୍ୟ ନିଜେ ପରିବେଷଣ କରିବା ସହ ସେଠାରେ ଓଡ଼ିଶୀ ନୃତ୍ୟ କର୍ମଶାଳାରେ ସାଧନକର୍ମୀ ଭାବେ ଯୋଗଦାନ କରି ଓଡ଼ିଶାର ପ୍ରସିଦ୍ଧ ରଥଯାତ୍ରା ଓ ଓଡ଼ିଶୀ ନୃତ୍ୟର ଆତ୍ମିକ  ଭାବ ଏବଂ ତାତ୍ତ୍ଵିକ ତଥ୍ୟ  ସମ୍ପର୍କରେ ଆଲୋଚନା କରିଥିଲେ । ଆଜି ସେ ନିଜ ମାଟି ପାରଳାଖେଣ୍ଡିକୁ ଫେରିଛନ୍ତି । ସଂପ୍ରତି ସେ ଗଜପତିର ସେଞ୍ଚୁରିଅନ୍ ପବ୍ମିକ୍ ସ୍କୁଲର ସ୍ନାତକ  ଛାତ୍ରୀ ଅଛନ୍ତି । ଏହି ଅବସରରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗଜପତି, ରେ ତନିଷା ବେବର୍ତ୍ତାଙ୍କୁ ଏକ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ମୁଖ୍ୟ ଅତିଥି ଅଧକ୍ଷ ଡାକ୍ତର ମୁର୍ମୁ, ମୁଖ୍ୟବକ୍ତା ଅଧ୍ୟାପକ ପ୍ରଦୀପ ଜେନା, ସେବକପୁର ଉଚ୍ଚ ମାଧ୍ୟମିକ  ବିଦ୍ୟାଳୟର ଅଧ୍ୟକ୍ଷ ଶଶୀକାନ୍ତ ମହାପାତ୍ର, ପ୍ରାକ୍ତନ ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତିର ବିଚିତ୍ରାନନ୍ଦ ବେବର୍ତ୍ତା, ଅରୁପାଞ୍ଚଳୀ ମହାନ୍ତି, ମଞ୍ଚାସୀନ ହୋଇ ନିଜ ନିଜର ବକ୍ତବ୍ୟ ଦେଇଥିଲେ । କରଣ ସମାଜର ସପାଦକ ଅମୀତ୍ କୁମାର ପଟ୍ଟନାୟକ , ନେତ୍ରାନନ୍ଦ ପଟନାୟକ, ସମ୍ପୂର୍ଣ୍ଣାନନ୍ଦ ବେବର୍ତ୍ତା, ମୁରଲୀଧର ପରିଛା , ଭାଗବତ ପାଢ଼ୀ, ପୂର୍ଣ୍ଣିଚନ୍ଦ୍ର ରଥ, ପ୍ରଭାବତୀ ପଟ୍ଟନାୟକ ଓ ପାରଳାର ସାରସ୍ବତ ଓ ସାଂସ୍କୃତିକ ଅନୁଷ୍ଠାନ  ପ୍ରଭୃତି ତାଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି, ଶେଷରେ ଗୁରୁଛାତ୍ରୀ ଇପ୍ସା ରାଣୀ ତରାଇ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ