ବ୍ୟାଡ଼ ମିଣ୍ଟନ ଇନଡୋର ଷ୍ଟାଡିୟମର ଶୁଭ ଉଦଘାଟନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଗଜପତି ବ୍ୟାଡ଼ ମିଣ୍ଟନ ଇନଡୋର ଷ୍ଟାଡିୟମ ଶୁଭ ଉଦଘାଟନ ହୋଇଯାଇଛି. ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଏହାର ଉଦଘାଟନ କରିଛନ୍ତି. ଏଠାରେ ଉଲ୍ଲେଖଯୋଗ୍ୟଯେ, ପୁରାତନ ଏହି ଷ୍ଟାଡିୟମକୁ 2.4 ଲକ୍ଷ ଟଙ୍କା ବ୍ୟୟରେ ପୁନଃରୁଦ୍ଧାର ତଥା ଖେଳାଳୀମାନେ ସୁବିଧାରେ ବ୍ୟାଡ଼ ମିଣ୍ଟନ ଖେଳି ପାରିବେ. ସେ ନେଇ ଆବଶ୍ୟକୀୟ ଉନ୍ନତି କରାଯିବା ପରେ ଆଜି ଏହାର ପୁନଃ ଉଦଘାଟନ କରାଯାଇଛି. ଆଜିର ଏହି ଉଦଘାଟନ ସମାରୋହରେ ଗଜପତି ଏଡିଏମ ଫାଲଗୁନୀ ମାଝୀ, ଗୋଷାଣୀ ବ୍ଲକ ଅଧକ୍ଷ ବୀର ରାଜୁ ପ୍ରମୁଖଙ୍କ ସମେତ ବ୍ୟାଡ଼ ମିଣ୍ଟନ ଖେଳାଳୀ ଏମ. ପ୍ରସାଦ, ପି. କାନ୍ତି, ଶ୍ୟାମ କୁମାର, ମୁକେଶ, ଏଲ ସଞ୍ଜୟ, ବିଜୟ କୁମାର ଏବଂ ବହୁ ଖେଳାଳୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ