ବଜ୍ରାଘାତରେ ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ କାଳ ବୈଶାଖୀଜନିତ ବଜ୍ରାଘାତ ଯୋଗୁଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି. ଗତକାଲି ସନ୍ଧ୍ୟାରେ ଗୋଷାଣୀ ବ୍ଳକ୍ ଗାରାବନ୍ଧ ଥାନା ଅଧୀନରେ ବିଭିନ୍ନ ଅଞ୍ଚଳରେ କାଳବୈଶାଖୀଜନିତ ବର୍ଷା, ପବନ ସାଙ୍ଗକୁ ବଜ୍ରାଘାତ ହୋଇଥିଲା.  ଏହି ବଜ୍ରପାତରେ  ରମ୍ପା ପଞ୍ଚାୟତ ଆମ୍ବାଝିରୀ ଗ୍ରାମର ନାରାୟଣ ଶବର (୫୪)ଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି. ମୃତ ନାରାୟଣ ଚାଷ ଜମିରୁ କାମ ସାରି ଘରକୁ ଫେରୁଥିବା ବେଳେ ଗତକାଲି ସନ୍ଧ୍ୟା ସମୟରେ ହଠାତ କାଳ ବୈଶାଖୀ ବର୍ଷା, ପବନ ସାଙ୍ଗକୁ ବଜ୍ରାଘାତ ହୋଇଥିଲା. ଏହି ବଜ୍ରାଘାତରେ ଗୁରୁତର ହୋଇ ଚାଷ ଜମିରେ ପଡ଼ିଥିବା ନାରାୟଣଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରି ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ଠାରେ ଥିବା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ. ହେଲେ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ. ସେହିପରି ଗତକାଲି ସନ୍ଧ୍ୟାରେ ଏହି ଜିଲ୍ଲାର କାଶୀନଗର ବ୍ଲକ ପାରତଡା ପଞ୍ଚାୟତର ଜୁଡୁର ଗ୍ରାମର ସାରନ୍ତି ରଇତ କାଳବୈଶାଖୀଜନିତ ବଜ୍ରାଘାତରେ ଗୁରୁତର ହୋଇଛନ୍ତି. ତାଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି. ଡାକ୍ତରଙ୍କ ଚିକିତ୍ସା ପରେ ସେ ସୁସ୍ଥ ଥିବା ସୂଚନା ମିଳିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ