ମୁଖ୍ୟମନ୍ତ୍ରୀଙ୍କ ସହରୀ ବିକାଶ ଯୋଜନାରେ ପୌରାଞ୍ଚଳର ବିକାଶ ପାଇଁ ଅନୁଦାନ
ଗୁଣପୁର,(ୱାଇଏନଏସ): ବିଜେପି ଶାସିତ ମୋହନ ମାଝି ସରକାରଙ୍କ ମୁଖ୍ୟମନ୍ତ୍ରୀ ସହରୀ ଯୋଜନା ରେ ଗୁଣପୁର ପୋୖରାଞ୍ଚଳ ପରିସରରେ ଥିବା ୯ ଟି ସାଂସ୍କୃତିକ / ପୂଜା ମଣ୍ଡପ ନିର୍ମାଣ ନିମନ୍ତେ ୭୨ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି। ଇତି ମଧ୍ୟରେ ଟେଣ୍ଡର ଚୂଡାନ୍ତ ହୋଇସାରିଥିବା ବେଳେ କେତେକ ଅଞ୍ଚଳରେ ଠିକାଦାର କାମ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ପୌର ପାଳିକା ଟେଣ୍ଡର ବିଜ୍ଞପ୍ତିରୁ ମିଳିଥିବା ତଥ୍ୟ ଅନୁଯାୟୀ ବୃନ୍ଦାବତୀ ନଗର ଦ୍ବିତୀୟ ଲାଇନରେ ସାଂସ୍କୃତିକ/ପୂଜା ମଣ୍ଡପ ନିର୍ମାଣ ପାଇଁ ଜିଏସଟି ସହ ୧୦ ଲକ୍ଷ , ଗୋପାଳ ନଗର ଜାଗୃତି ସାଂସ୍କୃତିକ ପୂଜା ମଣ୍ଡପକୁ ସମ୍ପୁର୍ଣ୍ଣ କରିବାକୁ ୧୦ ଲକ୍ଷ, ମରାଠିଗୁଡାରେ ବୃନ୍ଦାବତୀ ମଣ୍ଡପ ନିମନ୍ତେ ୧୦ ଲକ୍ଷ, ଶ୍ରୀ ଗୁଣ୍ଡିଚା ମନ୍ଦିର ପରିସରରେ ସାଂସ୍କୃତିକ ମଣ୍ଡପ ନିର୍ମାଣ ପାଇଁ ୭ ଲକ୍ଷ, ଆଦର୍ଶ ନଗରରେ ସାଂସ୍କୃତିକ ମଣ୍ଡପ ପାଇଁ ୧୦ ଲକ୍ଷ, ଜଗନ୍ନାଥ ପବ୍ଲିକ ସ୍କୁଲ ନିକଟରେ ଆଇ ସାଂସ୍କୃତିକ ମଣ୍ଡପ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସେହିପରି ବିକ୍ରମପୁର ବେଦାନ୍ତ ଆଶ୍ରମ ପରିସରରେ ସାଂସ୍କୃତିକ ମଣ୍ଡପ ନିର୍ମାଣ ନିମନ୍ତେ ୧୦ ଲକ୍ଷ ଟଙ୍କା, ସେଫାଳି ପାହାଡ ନିକଟ ଗଣେଶ ମନ୍ଦିରର ସାଂସ୍କୃତିକ ମଣ୍ଡପ ନିର୍ମାଣ ପାଇଁ ୧୦ ଲକ୍ଷ ଏବଂ ଗାନ୍ଧୀ ନଗରର ପୂଜା ମଣ୍ଡପକୁ ସମ୍ପୂର୍ଣ୍ଣ କରିବା ପାଇଁ ୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ଜଣାପଡିଛି। ବୃନ୍ଦାବତୀ ନଗରରେ ପୂଜା ମଣ୍ଡପ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ବେଳେ ବିବିଏନ ସାଂସ୍କୃତିକ ଅନୁଷ୍ଠାନର ନିଜସ୍ୱ ଅର୍ଥରେ ମଣ୍ଡପ ପାର୍ଶ୍ଵରେ ରୋଷେଇ ଘର ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଉଭୟ କାର୍ଯ୍ୟକୁ ବିବିଏନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜଗନ୍ନାଥ ପଟ୍ଟନାୟକ ଓ ସମ୍ପାଦକ ତଥା ନଗର କଂଗ୍ରେସ ସଭାପତି ସୁଶାନ୍ତ କୁମାର ପାଢ଼ୀ (ବୁଲୁ) ପ୍ରତ୍ୟକ୍ଷ ଭାବରେ ଉଭୟ କାର୍ଯ୍ୟ ତଦାରଖ କରୁଛନ୍ତି।


