ଜୁଆଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟଣା : ୭ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମରେ କୁମାର ପୂର୍ଣ୍ଣମୀ ରବିବାର ସନ୍ଧ୍ୟାରେ ଚାଲିଥିବା ଜୁଆଖେଳ କୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ଘଟିଥିଲା।ଏଥିରେ ଉଭୟ ପକ୍ଷର ଏକାଧିକ ବ୍ୟକ୍ତି ଆହାତ ହୋଇଥିଲେ।ଏନେଇ ଉଭୟ ପକ୍ଷ ପାଟପୁର ଥାନାରେ ଏତଲା ଦେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ପୃଥକ ମାମଲା ନଂ.୩୪୮/୨୬ ଏବଂ ୩୪୯/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ।ତଦନ୍ତକାରୀ ଅଧିକାରୀ ଏସ.ଆଇ ଏସ.କେ. ଇମାଦାର ତରଫଦାର ମିହିର ସାହୁ,ନରେନ୍ଦ୍ର ସାହୁ,ଭଗବାନ ସାହୁ,ଆକାଶ ସାହୁ ଏବଂ ଅପର ଗୋଷ୍ଠୀର ଘନଶ୍ୟାମ ସାହୁ,ନବୀନ ଚନ୍ଦ୍ର ସାହୁ ଏବଂ ପିଣ୍ଟୁ ସେଠୀ ଙ୍କୁ ଗିରଫ କରିଥିଲେ।ପରେ ଗିରଫ ଅଭିଯୁକ୍ତ ମାନଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ର ଧାରା – ୩୫(୩) ଅନୁଯାୟୀ ନୋଟିସ ଦେଇ କୋର୍ଟ ରେ ହାଜର ହେବାକୁ ସର୍ତ୍ତମୂଳକ ଜାମିନରେ ଛାଡିଥିବା ଜଣାପଡିଛି।


