ପଡୋଶୀଙ୍କ ଆକ୍ରମଣରେ ବୃଦ୍ଧ ଗୁରୁତର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ବଳରାମ ନଗର ର ସୁରେନ୍ଦ୍ର ସେଠୀ ନାମକ ଜଣେ ବୃଦ୍ଧ ଙ୍କୁ ତାଙ୍କ ପଡୋଶୀ ରାଜୁ ବେହେରା ଏବଂ ତାଙ୍କ ପୁଅ ଶଙ୍କର ବେହେରା ଠେଙ୍ଗାରେ ଆକ୍ରମଣ କରିଛନ୍ତି। ସୁରେନ୍ଦ୍ର ଙ୍କ ଦିବ୍ୟାଙ୍ଗ ଝିଅ ଉର୍ମିଳା ଛଡାଇ ବାକୁ ଯିବାରୁ ତାଙ୍କୁ ମଧ୍ୟ ଟଣା ଓଟରା କରି ତଳେ ପକାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ସୁରେନ୍ଦ୍ର ଙ୍କ ପୁଅ ଅଶୋକ ସେଠୀ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି କିଶୋର କୁମାର ସାମଲ ମାମଲା ନଂ.୪୫୬/୨୬ ଅନୁଯାୟୀ ଅଭିଯୁକ୍ତ ବାପ,ପୁଅ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।ଗତ ସୋମବାର ସନ୍ଧ୍ୟା ପ୍ରାୟ ୫ ଟାରେ ଅଶୋକ ଘରେ ନଥିବା ବେଳେ ଉଭୟ ଅଭିଯୁକ୍ତ ବାପ,ପୁଅ ତାଙ୍କ ଘରେ ପଶି ଆପତ୍ତିଜନକ ଭାଷାରେ ଗାଳି କରି ଜାତିଆଣ ଆକ୍ଷେପ କରିଥିଲେ।ପ୍ରତିବାଦ କରିବାରୁ ତାଙ୍କ ଛାତି,ହାତ ଓ ଗୋଡ଼ କୁ ଠେଙ୍ଗା ରେ ମାଡ଼ ମାରିଥିଲେ।ଘର ଭିତରେ ଥିବା ସୁରେନ୍ଦ୍ର ଙ୍କ ଦିବ୍ୟାଙ୍ଗ ଝିଅ ପାଟି ଶୁଣି ବାପା ଙ୍କୁ ଉଦ୍ଧାର କରିବା ବେଳେ ଉଭୟେ ତାଙ୍କୁ ଟଣା ଓଟରା କରି ତଳେ ପକାଇ ଲାତ ଗୋଇଠା ମାରିଥିଲେ।ସେ ପାଟି କରିବାରୁ ସାହି ପଡୋଶୀ ଆସିବା ଦେଖି ଉଭୟେ ସେମାନଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇ ସେଠାରୁ ପଳାଇଥିଲେ । ସୁରେନ୍ଦ୍ର ଙ୍କ ଛାତିରେ ମାଡ଼ ହୋଇ ରକ୍ତ ବାହାରିବା ରୁ ତାଙ୍କୁ ଏବଂ ତାଙ୍କ ଝିଅ ଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିବା  ଏତଲାରେ ଉଲ୍ଲେଖ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ