ଶ୍ରଦ୍ଧା ଫାଉଣ୍ଡେସନ ପକ୍ଷରୁ ଗୁରୁଙ୍କୁ ସମ୍ମାନ
ବ୍ରହ୍ମପୁର,(ସୁଦିପ କୁମାର ସାହୁ):ଶ୍ରଦ୍ଧା ଫାଉଣ୍ଡେସନ ଆୟୋଜିତ ଚିତ୍ର ଶ୍ରେଣୀ ତରଫରୁ ଗୁରୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସମ୍ପାଦିକା ଶ୍ରଦ୍ଧାଞ୍ଜଳି ପାଢ଼ୀଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ସୁଦିପ କୁମାର୍ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଫାଉଣ୍ଡେସନ ସଭାପତି ତଥା ଆଇନଜୀବି ପ୍ରଣବ କୁମାର ପଣ୍ଡା ଯୋଗଦେଇ ଗୁରୁ ସମୀର ପ୍ରଧାନଙ୍କୁ ସମ୍ମାନୀତ କରିଥିଲେ । ମହାନ ଭାରତୀୟ ସଂସ୍କୃତିରେ ଗୁରୁ ଶିଷ୍ୟ ପରମ୍ପରାର ତାପ୍ତର୍ଯ୍ୟ ବିଷୟରେ ମୂଖ୍ୟ ଅତିଥି ସାହୁ କହିଥିଲେ ।ଏଥିରେ ବହୁ ଅଭି ଭାବକ ଓ ପିଲାମାନେ ଅଂଶ ଗ୍ରହଣ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।


