ମାଟ୍ରିକ ପରୀକ୍ଷାରେ ଶ୍ରବଣଶକ୍ତି ବାଧିତ ଛାତ୍ରୀ ଇଶ୍ୱରୀଙ୍କ ସଫଳତା

ଆସିକା (ୱାଇଏନ୍‍ଏସ୍‍) : ଜନ୍ମରୁ ଶ୍ରବଣଶକ୍ତିବାଧିତ ଦିବ୍ୟାଙ୍ଗ ଛାତ୍ରୀ ଇଶ୍ୱରୀ ଜେନାଙ୍କ ମାଟ୍ରିକ ପରୀକ୍ଷାରେ ସଫଳତାକୁ ନେଇ ଆସିକା ବ୍ଳକ ଅନ୍ତର୍ଗତ ଚଢେୟାପଲ୍ଲୀ ଗ୍ରାମ ପଞ୍ଚାୟତର କେ.ରାୟସିଂହପୁର ଗ୍ରାମବାସୀ ପ୍ରଶଂସାରେ ଶତମୁଖ । ଦିବ୍ୟାଙ୍ଗ ଶ୍ରବଣଶକ୍ତିବାଧିତ ଛାତ୍ରୀ ଇଶ୍ୱରୀ ଜେନାଙ୍କ ଅଧ୍ୟବସାୟ, ଆତ୍ମବିଶ୍ୱାସ ଆଜି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ଶ୍ରବଣଶକ୍ତିବାଧିତ ଛାତ୍ରୀ ଇଶ୍ୱରୀ ଜେନା ପିଲାଟି ଦିନରୁ ଭଲ ପାଠ ପଢୁଥିଲେ ସବୁଦିନ ବିଦ୍ୟାଳୟକୁ ଯିବା ସମ୍ଭବ ହେଉନଥିଲା । କିନ୍ତୁ ପାଠପଢି ଭଲ ମଣିଷ ହେବାର ଜିଦ୍‍ ଓ ଆସିକା ବ୍ଳକ ଅନ୍ତର୍ଗତ ଚଢେୟାପଲ୍ଲୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଜୟସେନ ସ୍ୱାଇଁ ଏବଂ ବାଉରୀବନ୍ଧୁ ହାଇସ୍କୁଲ କେ.ରାୟସିଂହପୁରର ପ୍ରଧାନଶିକ୍ଷକ ସରୋଜକାନ୍ତ ମିଶ୍ରଙ୍କ ପ୍ରେରଣା ଓ ଉତ୍ସାହ ତାଙ୍କୁ ସବୁ ପ୍ରତିକୂଳ ପରିସ୍ଥିତିରେ ଆଗକୁ ଅଗ୍ରସର ହେବାରେ ଉତ୍ସାହ ଦେଇଥିଲା ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଏଭଳି ସଫଳତା ପରେ ପ୍ରତିକ୍ରିୟା ରଖି ଜନ୍ମରୁ ଶ୍ରବଣଶକ୍ତିବାଧିତ ଭିନ୍ନକ୍ଷମ ବିଦ୍ୟାର୍ଥୀ ଇଶ୍ୱରୀ ଜେନା କହିଛନ୍ତି ପିଲାଟି ଦିନରୁ ପାଠପଢିବା ପ୍ରତି ପ୍ରବଳ ଆଗ୍ରହ ଥିଲା । କିନ୍ତୁ ଶାରୀରିକ ଅକ୍ଷମତା ସବୁବେଳେ ପଛକୁ ଟାଣୁଥିଲା । ପାଠପଢା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକମାନଙ୍କ ଭରପୁର ସହଯୋଗ ରହିଥିିଲା । ମାଟ୍ରିକ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ସେ ବେଶ୍‍ ଉତ୍ସାହିତ ଥିଲା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିବା ଶ୍ରବଣଶକ୍ତିବାଧିିତ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଇଶ୍ୱରୀ ଜେନାଙ୍କୁ ଚଢେୟାପଲ୍ଲୀ ଗ୍ରାମ ପଂଚାୟତର ସରପଞ୍ଚ ଜୟସେନ ସ୍ୱାଇଁଙ୍କ ସମେତ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ସରୋଜକାନ୍ତ ମିଶ୍ର, ସହକାରୀ ଶିକ୍ଷକ ଲକ୍ଷ୍ମୀଧର ଶତପଥୀ, ସୁଶାନ୍ତ କୁୁମାର ହୋତା, ପି.ରାମାରାଓ ପାତ୍ରଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଉପଢୌକନ ଓ ମିଷ୍ଠାନ୍ନ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଜଣାପଡିଛି । ଆଗାମୀ ଦିନରେ ଭଲ ପାଠପଢି ପ୍ରଶାସନିକ ସେବାରେ ଯୋଗଦେବେ ବୋଲି ଶ୍ରବଣଶକ୍ତିବାଧିତ ଦିବ୍ୟାଙ୍ଗ ଛାତ୍ର ଇଶ୍ୱରୀ ଜେନା ଲକ୍ଷ୍ୟ ରଖିଥିବା ଜଣାପଡିଛି । ଆସିକା ବ୍ଳକ ଅନ୍ତର୍ଗତ ଚଢେୟାପଲ୍ଲୀ ଗ୍ରାମ ପଞ୍ଚାୟତର ଚଢେୟାପଲ୍ଲୀ ଗ୍ରାମର ସମାଜସେବୀ କୃଷ୍ଣଚନ୍ଦ୍ର ଜେନା ଓ ତାଙ୍କ ପତ୍ନୀ ବନିତା ଜେନାଙ୍କ କନ୍ୟା ଇଶ୍ୱରୀ ଜେନା ଜନ୍ମରୁ ଶ୍ରବଣଶକ୍ତିବାଧିତ ହୋଇଥିଲା ବେଳେ ସେ କେ.ରାୟସିଂହପୁର ଗ୍ରାମର ବାଉରୀବନ୍ଧୁ ହାଇସ୍କୁଲରେ ପାଠପଢିବା ସାଙ୍ଗକୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି । ଶ୍ରବଣଶକ୍ତିବାଧିତ ଭିନ୍ନକ୍ଷମ ବିଦ୍ୟାର୍ଥୀ ଇଶ୍ୱରୀ ଜେନା ଚଳିତ ମାଟ୍ରିକ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ