ଓସିଏ ନିର୍ବାଚନ ମାମଲାରେ ଶୁଣାଣି

କଟକ,(ଓ୍ବାଇଏନଏସ): ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ବା ଓସିଏ କର୍ମକର୍ତ୍ତା ନିର୍ବାଚନ ମାମଲାରେ ଆଜି ବି ହୋଇପାରିଲା ନାହିଁ ପୂର୍ଣ୍ଣାଙ୍ଗ ଶୁଣାଣି। ଆବେଦନକାରୀ ତଥା ଭେଟେରାନ୍‌ ରଣଜୀ ଖେଳାଳି ଲଳାଟେନ୍ଦୁ ବିଦ୍ୟାଧର ମହାପାତ୍ର ହାଇକୋର୍ଟରେ ଦାୟର କରିଥିବା ରିଟ୍‌ ଆବେଦନର ଗ୍ରହଣୀୟତାକୁ ନେଇ ପ୍ରତିପକ୍ଷ ପ୍ରଶ୍ନ ଉଠାଇଛନ୍ତି । ପ୍ରତିପକ୍ଷଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି ଯେ, ଲଳାଟେନ୍ଦୁ ବିଦ୍ୟାଧର ମହାପାତ୍ର ଓସିଏ ସାଧାରଣ ପରିଷଦର ସଦସ୍ୟ ନୁହନ୍ତି । ଏହାସହ ସେ ଯେଉଁ କ୍ରିକେଟ୍‌ କ୍ଲବ୍‌ର ପ୍ରତିନିଧିତ୍ୱ କରୁଛନ୍ତି, ସେହି କ୍ଲବ୍‌ରେ ପ୍ରାୟ ୧୦ ବର୍ଷ ହେଲା କର୍ମକର୍ତ୍ତା ନିର୍ବାଚନ ହୋଇନଥିବା ଯୁକ୍ତି ମଧ୍ୟ ରଖାଯାଇଛି । ଓସିଏ ଭଳି ଏକ କ୍ରୀଡ଼ା ସଂଗଠନ ବିରୋଧରେ ହାଇକୋର୍ଟରେ ରିଟ୍‌ ଆବେଦନ କରାଯାଇପାରିବ ନାହିଁ ବୋଲି ପ୍ରତିପକ୍ଷ ଯୁକ୍ତି ରଖିଛନ୍ତି। ଏହାସହ ଆବେଦନକାରୀଙ୍କ ଆବେଦନ କରିବାର ଅଧିକାର ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଛି ।
ଗତବର୍ଷ ସେପ୍ଟେମ୍ବର ମାସରେ ଓସିଏର କର୍ମକର୍ତ୍ତା ନିର୍ବାଚନ ହେବାର ଥିଲା । କିନ୍ତୁ ବିଭିନ୍ନ କାରଣରୁ ନିର୍ବାଚନ ହୋଇପାରିନାହିଁ। ଏହାକୁ ଚ୍ୟାଲେଞ୍ଜ କରି ଲଳାଟେନ୍ଦୁ ବିଦ୍ୟାଧର ମହାପାତ୍ର ହାଇକୋର୍ଟରେ ରିଟ୍‌ ଆବେଦନ ଦାୟର କରିଛନ୍ତି । ଆଜି ମାମଲାରେ ପୂର୍ଣ୍ଣାଙ୍ଗ ଶୁଣାଣି ହୋଇପାରିନଥିବା ବେଳେ, ଆସନ୍ତା ମଙ୍ଗଳବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ