ସୋରଳ ମଣ୍ଡଳରେ ହିନ୍ଦୁ ସମ୍ମିଳନୀ
ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ ) : ଚିକିଟି ଖଣ୍ଡ ସୋରଳ ମଣ୍ଡଳ ରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି.ସନାତନ ଧର୍ମ ର ଗୁରୁତ୍ୱ କୁ ଆଧାର କରି କୀର୍ତ୍ତନ ମଣ୍ଡଳୀ ସହିତ ସୋରଳରେ ନଗର ପରିକ୍ରମା କରି ଆଧ୍ୟାତ୍ମମୟ ପରିବେଶ ସୃଷ୍ଟି ହୋଇଥିଲା.ମୁଖ୍ୟ ଅତିଥି ରୂପେ ଅଲେଖ ସାଧୁ ସୁଦର୍ଶନ ଦାସ ସମାଜ ସମରସତା,କୁଟୁମ୍ବ ପ୍ରକୋଧାନ,ପର୍ଯ୍ୟାବରଣ,ନାଗରିକ କର୍ତ୍ତବ୍ୟ,ସ୍ଵଭାଵ ଜାଗରଣ ସମ୍ପର୍କ ରେ ଆଲୋକପାତ କରିଥିଲେ.ଅନ୍ୟତମ ଅତିଥି ରୂପେ ନିରଞ୍ଜନ ବେହେରା,ପଦ୍ମନାଭ ନାୟକ ଯୋଗ ଦେଇ ସନାତନ ଧର୍ମ ର ମହନୀୟତା ସମ୍ପର୍କ ରେ ମତବ୍ୟକ୍ତ କରିଥିଲେ.ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଗ୍ରାମ୍ୟ ବିକାଶ ସଂଯୋଜକ ଅଶୋକ କୁମାର ପାଢ଼ୀ,ଗଞ୍ଜାମ ଜିଲ୍ଲା ପ୍ରଚାରକ ରଶ୍ମି ରଞ୍ଜନ ମହାକୁଡ଼,ଶ୍ରୀନିବାସ ରେଡି,କୁର୍ମା ରାଓ,ମଦନ ମୋହନ ପାଢ଼ୀ,ପି.ମୋହନ,ଜିତେନ୍ଦ୍ର ସାହୁ,ଡିଲେଶ,ସନ୍ତୋଷ ସାହୁ,ରାଜେନ୍ଦ୍ର କୁମାର,କେ.ସିମାଞ୍ଚଳ,ପିଣ୍ଟୁ ପ୍ରଧାନ ପ୍ରମୁଖ ସ୍ୱୟଂ ସେବକ ଉପସ୍ଥିତ ଥିଲେ.କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ବୈରାଗୀ ରେଡି।


