ଚୋରା ବାଲି ବୋଝେଇ ହାଇୱା ଜବତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଧିନ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବନ୍ତ ଥାନା ଛକ ଠାରେ ପୋଲିସ ଗୋଟିଏ ଚୋରା ବାଲି ବୋଝେଇ ହାଇୱା ଟ୍ରକକୁ ଜବତ କରିଛି । ପ୍ରକାଶ ଯେ, ସୋମବାର ଭୋର ସମୟରେ ବନ୍ତ ଥାନା ଅଞ୍ଚଳରେ ବେଆଇନ ବାଲି ପରିବହନ ବିରୋଧରେ ରାତ୍ରି ପେଟ୍ରୋଲିଂ ଓ ଏନଫୋର୍ସମେଣ୍ଟ ସମୟରେ ପୋଲିସ ଟିମ୍ ବନ୍ତ ଥାନା ଛକ ଠାରେ ଆପଣ୍ଡା ଠାରୁ ଭଦ୍ରକ ଅଭିମୁଖେ ଯାଉଥିବା ଗୋଟିଏ ହାଇୱା ଟ୍ରକକୁ ଅଟକାଇଥିଲେ । ତଦନ୍ତ ସମୟରେ ଚାଳକ ବାଲି ପରିବହନ ନେଇ କୌଣସି କାଗଜ ପତ୍ର ଦେଖାଇ ପାରିନଥିଲେ । ଫଳରେ ପୋଲିସ ଉକ୍ତ ବାଲି ବୋଝେଇ ହାଇୱା ଟ୍ରକକୁ ଜବତ କରିଥିଲା । ଏନେଇ ଥାନା କେସ ନଂ-୧୦୯/୨୬ ମୂଳେ ଚାଳକ ଓ ମାଲିକଙ୍କ ନାମରେ ମାମଲା ରୁ୍‌ଜ୍ଜୁ ହୋଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ