ମେଡିକାଲରେ ରୋଗୀଙ୍କୁ ଫଳ ବଣ୍ଟନ
ଆସିକା (ୱାଇଏନ୍ଏସ୍) ଭାରତୀୟ ଜାତୀୟ କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ରାହୁଳ ଗାନ୍ଧୀଙ୍କ ୫୫ତମ ଜନ୍ମଦିବସ ପାଳନ ଅବସରରେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିବା ଦେଖିବାକୁ ମିଳିଛି । ଆସିକା ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ତଥା ଯୁବ ଆଇନଜୀବୀ ଦେବକାନ୍ତ ଶର୍ମାଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ନେତା ପ୍ରିୟାଂଶୁ ଶେଖର ପରିଡା, ଅଜିତ୍ କୁମାର ମୁନି, ଭବାନୀ ଶଙ୍କର ଦାଶ, ଅଭିନାଶ ବେହେରା, ଭାଲୁ ପାତ୍ର, ପରମେଶ୍ୱର ପାତ୍ର, କ୍ଷେତ୍ରବାସୀ ଦୋରା, ଦୀପୁ ନାୟକ, ଅନୁରାଗ ନାୟକ, ସାଗର ନାୟକ, ପପୁ ଦାଶ, ଗୋପାଳ ଜେନା, ଶିବ ପ୍ରସାଦ ସ୍ୱାଇଁଙ୍କ ସମେତ ବହୁ ଦଳୀୟ ନେତା ଆସିକା ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଚିକିତ୍ସାଧୀନ ରୋଗୀଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସାଙ୍ଗକୁ ଫଳ ବଣ୍ଟନ କରି ଆଶୁ ଆରୋଗ୍ୟ କାମନା କରିଥିବା ଲକ୍ଷ୍ୟ କରାଯାଇଥିଲା।