ବିପୁଳ ପରିମାଣର ବିଦେଶୀ ମଦ ଜବତ: ପାନ ଦୋକାନୀ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ରାସ୍ତାକଡ଼ରେ ଥିବା ଏକ  ପାନ ଦୋକାନରୁ ଶନିବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ବିପୁଳ ପରିମାଣର ବିଦେଶୀ ମଦ  ବୋତଲ  ଜବତ କରାଯାଇଛି।ଚିକିଟି ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ସଦଳବଳେ ପାଟ୍ରୋଲିଂ କରୁଥିବା ବେଳେ ପାନ ଦୋକାନରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି କରାଯାଉଥିବା ଖବର ପାଇ  ଚଢାଉ କରିଥିଲେ। ଦୋକାନ ମାଲିକ ଏବଂ ସାକ୍ଷ୍ୟ ମାନଙ୍କ ଉପସ୍ଥିତିରେ  ଦୋକାନ ଭିତରେ ବିକ୍ରି ପାଇଁ ମହଜୁଦ  ଥିବା ବିଭିନ୍ନ ନାମୀ ଦାମୀ କମ୍ପାନୀ ନିର୍ମିତ ୧୧୧ ଟି  ବୋତଲ ରେ ଥିବା ୪୬୦୫୪୦ ଲିଟର ବିଦେଶୀ ମଦ  ଜବତ କରି ଦୋକାନ ମାଲିକ ନିରଞ୍ଜନ ବେହେରା ଙ୍କୁ ଗିରଫ କରିଥିଲେ।ପରେ ଅପରାହ୍ନରେ ଅବକାରୀ ମାମଲା ନଂ.୪୯/୨୫-୨୬ ଅନୁଯାୟୀ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ